ବେଲଗୁଣ୍ଠା, ୦୫/୦୪(ପିପିଟି) : ବେଲଗୁଣ୍ଠା ଥାନା ଅନ୍ତର୍ଗତ ଭଗବତପାଟଣାର ଜଣେ 65 ବର୍ଷୀୟ ବୃଦ୍ଧ ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ବେଲଗୁଣ୍ଠା ଥାନାରେ ଅଭିଯୋଗ ହୋଇଛି I ବୃଦ୍ଧ ଜଣଙ୍କ ହେଲେ ଭଗବତପାଟଣାର ବାଇନାଥ ପାତ୍ର I ବାଇନାଥଙ୍କ ପୁଅ ରବି ପାତ୍ର ବେଲଗୁଣ୍ଠା ଥାନାରେ ଦେଇଥିବା ଏତାଲା ପ୍ରକାରେ ବାଇନାଥ ଗୁରୁବାର ସନ୍ଧ୍ୟାରୁ ଘରେ ନଥିଲେ I ପରିବାର ଲୋକେ ଭାବିଥିଲେ ବାଇନାଥ ଦଣ୍ଡନାଚ ଦେଖିବାକୁ ଯାଇଛନ୍ତି ବୋଲି I ଆଜି ସକାଳ ଦଶ ଘଣ୍ଟା ସମୟରେ ଗୋଲା ସାହିର କିଛି ପିଲା ଭଗବତପାଟଣା ବାଲିବନ୍ଧରେ ଗାଧୋଉଥିବାରୁ ସମୟରେ ପୋଖରୀରେ ଏକ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ I ଏନେଇ ସେହି ପିଲାମାନେ ଗ୍ରାମରେ ଜଣାଇବା ପରେ ଗ୍ରାମବାସୀଙ୍କ ସହିତ ବାଇନାଥଙ୍କ ପରିବାର ଲୋକେ ମଧ୍ୟ ପୋଖରୀ କୂଳକୁ ଯାଇ ଭାସୁଥିବା ଶବଟି ବାଇନାଥଙ୍କର ବୋଲି ଜାଣିବାକୁ ପାଇଥିଲେ I ଏନେଇ ବାଇନାଥଙ୍କ ପୁଅ ରବି ପାତ୍ର ବେଲଗୁଣ୍ଠା ଥାନାରେ ଜଣାଇବା ପରେ ପୋଲିସ୍ ବାହିନୀ ଯାଇ ବାଇନାଥଙ୍କ ଶବକୁ ପୋଖରୀରୁ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ I ଏନେଇ ବେଲଗୁଣ୍ଠା ଥାନାରେ 06/24 ରେ ଏକ ମାମଲା ରୁଜୁ କରାଯାଇ ଏସ୍ଆଇ ଅନୁ ମଲ୍ଲିକ୍ ଘଟଣାର ତଦନ୍ତ କରୁଥିବା ପୋଲିସ୍ ସୂତ୍ରରୁ ପ୍ରକାଶ I
ରିପୋର୍ଟ- ସୁଶାନ୍ତ କୁମାର ବେହେରା