ମାଲକାନଗିରି,୩୦/୦୮(ପିପିଟି);ଗତ କାଲି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମୁଦୁଲିପଡା ଥାନା ପୋଲିସ ଦ୍ବାରା ୧୫୨୦ କିଗ୍ରା ୬୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।ଗତ କାଲି ମୁଦୁଲିପଡା ପୋଲିସ ଯାନବାହାନ ତଦନ୍ତ କରୁଥିବା ବେଳେ ଦୋରା ମଶାଣି ନିକଟରେ ଏକ ପିକ୍ ଅପ୍ ଭ୍ଯାନ ନଂ:ଓଡି-୧୦-ଏଚ୍-୫୩୩୯ ଗାଡିରେ ୭୧ ଗୋଟି ପ୍ଲାଷ୍ଟକ୍ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ଜୟପୁର ଅଭିମୁଖେ ଯାତ୍ରା କରୁଥିଲା । ପୋଲିସ ଉକ୍ତ ଗାଡିକୁ ଅଟକାଇ ତଦନ୍ତ ବେଳେ ଗଞ୍ଜେଇ ଚାଲାଣ ହେଉଥିବା ଜାଣି ପାରିଥିଲା । ଅନ୍ଯ ପକ୍ଷରେ ଅନ୍ଯ ଏକ ଅଲଟୋ କାର ନଂ:ଓଡି ୧୦ ଏଚ-୦୩୧୧ ମଧ୍ଯ ଗଞ୍ଜେଇ ଗାଡିକୁ ପାର କରିବା ଲାଗି ପଛେ ପଛେ ଯାଉଥିବା ବେଳେ ଉକ୍ତ କାରଟି ଲାଇସେନ୍ସ ବିହିନଥିଲା । ପୋଲିସ ୫ ଜଣ ଗଞ୍ଜେଇ ଚାଲାଣ ଅପରାଧରେ ଗିରଫ କରିଛି ।ସେମାନେ ହେଲେ ବୈପାରୀଗୁଡା ଥାନା ଅନ୍ତର୍ଗତ ଝାଡିଆଗୁଡା ଗ୍ରାମର ହେମନ୍ତ ଟାକ୍ରି(୩୪),ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏରଏସସି-୧୪ ଗ୍ରାମର ଲାଇବନ ଖରା (୩୦),ମାଥିଲି ଥାନା ଅନ୍ତର୍ଗତ ଧୂଙ୍ଗିଆପୁଟ ଗ୍ରାମର ମହେନ୍ଦ୍ର ଦଳେଇ (୨୪)ମାଛକୁଣ୍ତ ଥାନା ଅନ୍ତର୍ଗତ ହନୁମାଳ ଗ୍ରାମର ଗୋବର୍ଦ୍ଧନ ଦଳେଇ (୨୭) ଏବଂ ଅନ୍ଯ ଜଣେ ହନୁମାଳ ଗ୍ରାମର ମହେନ୍ଦ୍ର ଦଳେଇ (୩୨)ଙ୍କୁ ପୋଲିସ ଗିରଫ କରିଛି ।ମୁଦୁଲିଡା ଥାନା କେଶ ନଂ:୬୫/୨୯.୮.୨୦୨୧ ଧରା ୟୁ/ଏସ ୨୦ (ବି)୨(ସି)/୨୭(ଏ)୨୫/୨୯ ଏନଡିପିଏସ ଆଇନ ଅନୁସାରେ ମାମଲା ଋଜୁ କରା ଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ପୋଲିସ ୨ଟିଗାଡି,୧୫୨୦ କିଗ୍ରା ୬୫୦ ଗ୍ରାମ ଗଞ୍ଜେଇ ଏବଂ ୨ ହଜାର ଟଙ୍କା ଜବତ କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)