ବେଗୁନିଆପଡା,୦୨/୦୧(ପିପିଟି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୧୨ ଡିସେମ୍ବରରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିଛିତ ଅବସ୍ଥାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଶୁକ୍ରବାର ସକାଳେ ବାଦପଲ୍ଲୀ ଗ୍ରାମର ଭଗବାନ ସ୍ବାଇଁଙ୍କ ମୃତ୍ୟୁ ଘଟିଛି। ଗୋଷ୍ଠୀ ସଂଘର୍ଷ ରେ ଉଭୟ ଗୋଷ୍ଠୀର ଛୁରା ମାଡରେ ୪ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ଭଗବାନ ଅତି ଗୁରୁତର ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତ ୧୨ ତାରିଖ ଅପରାହ୍ନରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଫାଶୀ ଗ୍ରାମର ମୁଖ୍ୟ ଛକରେ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା । କିଛି ବ୍ଯକ୍ତି ଅଚାନକ ଗାଁ ରେ ପହଞ୍ଚି ଗୋଟିଏ ପରିବାରର ବାପା ଓ ୨ ପୁଅକୁ ଛୁରାମାଡ଼ କରିଥିଲେ। ପରେ ଉଭୟ ପକ୍ଷରୁ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା । ଘଟଣାରେ ଫାଶୀ ଗ୍ରାମର ରାଜେଶ କୁମାର ପଲେଇ ଆହତ ହୋଇଥିଲେ । ତାଙ୍କ ବଡ଼ ଭାଇ ରାକେଶ କୁମାର ପଲେଇ ଓ ବାପା ଭାବଗ୍ରାହୀ ପଲେଇ ମଧ୍ୟ ଆକ୍ରମଣରେ ଆହତ ହୋଇଥିବା ବେଳେ ବାହାର ଗାଁ ରୁ ୮ ରୁ ଉର୍ଦ୍ଧ୍ବ ବ୍ଯକ୍ତି ଆସି ଗଣ୍ଡଗୋଳ ଘଟାଇଥିଲେ। ସେମାନଙ୍କ ମଧ୍ୟରୁ ବାଦପଲ୍ଲୀ ଗ୍ରାମର ଭଗବାନ ସ୍ବାଇଁ ଗୁରୁତର ଭାବେ ଆହତ ହୋଇଥିଲେ । ଅନ୍ଯ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)
Prev Post
Next Post