ପୂର୍ବରୁ ଜରିମାନା ଦେଇ ନଥିଲେ ବୋଲି ଶବ ସତ୍କାର ଲାଗି ଦେଲେ ନାହିଁ ଗ୍ରାମବାସୀ ।

0 305

ବାଙ୍ଗିରିପୋଷି,୨୪/୧୦:ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦିଘି ଗ୍ରାମ ପଞ୍ଚାୟତ ଦୋରକଣ୍ଟିଆ ଗ୍ରାମରେ ସୃଷ୍ଟି ହେଇଛି ଅଭାବନୀୟ ପରିସ୍ଥିତି । ଜୈନିକ ପରିବାର ପୂର୍ବରୁ ଗ୍ରାମରେ କରାଯାଇଥିବା ପଚିଶ ହଜାର ଟଙ୍କା (୨୫୦୦୦) ଜରିମାନା ଟଙ୍କା ଦେଇ ନଥିବାରୁ ଶବ ସଂସ୍କାର ଲାଗି ଗ୍ରାମବାସୀ ମାନେ ମୃତ ଦେହ ନଛାଡି ଶବକୁ ୨୪ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ଅଟକ ରଖିଥିଲେ । ମିଳିଥିବା ସୂଚନା ମୁତାବକ, ଗ୍ରାମର ସୁନ୍ଦର ମୋହନ ମାର୍ଣ୍ଡିଙ୍କର ସ୍ତ୍ରୀ ସାକ୍ରମଣି ମାର୍ଣ୍ଡି ଗତ ୨୩ ତାରିଖ ସଂଧ୍ୟା ୬ (ଛଅ) ଟା ସମୟରେ ମୃତ୍ୟୁବରଣ କରିଥିଲେ । ତେବେ ପୂର୍ବରୁ ଶ୍ରୀ ମାର୍ଣ୍ଡିଙ୍କୁ ଆଦିବାସୀ ସମାଜ ନୀୟମ ଅନୁସାରେ ଜରିମାନା କରିଥିବା ୨୫ ହଜାର ଟଙ୍କା ଦେଇ ନଥିବା ଦର୍ଶାଇ ଗ୍ରାମବାସୀ ମାନେ ଠେଙ୍ଗା, ବାଡି ଧରି ଶବକୁ ଅଟକ ରଖି ଶବ ସତ୍କାର ପାଇଁ ଛାଡି ନ ଥିଲେ। ଖବର ପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ରୋଜାଲିନ ବେହେରା ଏବଂ ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଶେଷ ଖବର ସୁଦ୍ଧା ଗ୍ରାମବାସୀ ମାନେ ନିଜ ଜିଦରେ ଅଟଳ ଥିବା ବେଳେ ମୃତକଙ୍କ ଶବ ସତ୍କାର ହୋଇ ନପାରି ଅଧା ରାସ୍ତାର ଶବ ପଡ଼ି ରହିଥିଲା। ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ ଜାଣିଶୁଣି ଜୋରିମାନା କରିବା ସହ ସାମାଜିକ ବାସନ୍ଦର ଭୟ ଦେଖାଇ ହଇରାଣ କରାଯାଉଛି ବୋଲି ବାଙ୍ଗିରିପୋଷି ସେଙ୍ଗେଲ୍ ଅଭିଯାନ ତରଫରୁ ଅଭିଯୋଗ ହୋଇଛି।

Leave A Reply

Your email address will not be published.