ପୂର୍ବତନ ସରପଞ୍ଚଙ୍କ ପରଲୋକ ।

0 268

ବୋଲଗଡ,୧୩/୦୨(ପିପିଟି):ବୋଲଗଡ ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ଗ୍ରାମର ସନାତନ ପରିଡ଼ାଙ୍କ ମଧ୍ୟମ ପୁତ୍ର ତଥା ଫାସୀଓଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ନରେନ୍ଦ୍ର କୁମାର ପରିଡ଼ାଙ୍କ( ୬୦)ବର୍ଷ ବୟସରେ ଆଜି ଗୁରବାର ଦିନ ପରଲୋକ ହୋଇଯାଇଛି । ସ୍ବର୍ଗତ ଶ୍ରୀ ପରିଡା ବହୁଦିନ ଧରି ମଧୁମେହ ଓ ବୃକକ ଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ । ସ୍ବର୍ଗତ ଶ୍ରୀ ପରିଡ଼ା ଗତ ୫ବର୍ଷ ଧରି ସରପଞ୍ଚ ଭାବେ ଫାସୀଓଦା ଗ୍ରାମ ପଞ୍ଚାୟତର ବହୁ ଜନ କଲ୍ୟାଣ କାର୍ଯ୍ୟକ୍ରମ କରିଥିଲେ । ସ୍ବର୍ଗତ ଶ୍ରୀ ପରିଡ଼ା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହିତ ଓ ବିଜେଡି ସରକାରର ପୂର୍ବତନ ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ରାଜେନ୍ଦ୍ର କୁମାର ସାହୁଙ୍କ ସହିତ ସାମିଲ ହୋଇ ଲୋକମାନଙ୍କର ଦୁଃଖ ସୁଖର ସାଥୀଥିଲେ । ସ୍ବର୍ଗତ ଶ୍ରୀ ପରିଡ଼ା ଜଣେ ସ୍ନେହୀ, ମିଷ୍ଠ ଭାଷୀ, ପରୋପକାରୀ, ମେଳାପୀ ଓ ଧର୍ମ ପରାୟଣ ବ୍ୟକ୍ତିଥିଲେ । ତାଙ୍କ ବିୟୋଗ ଯୋଗୁଁ ବୋଲଗଡ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ସବହୁ ସାମ୍ବାଦିକ, ରାଜନେତା, ଜନ ସାଧାରଣ ଓ ଯୁବ ବର୍ଗ ତାଙ୍କର ଅନ୍ତିମ ଦର୍ଶନ କରି ଆତ୍ମାର ସଦ୍ଗତି କାମନା କରିବା ସଙ୍ଗେ ସଙ୍ଗେ ତାଙ୍କ ପରିବାର ବର୍ଗଙ୍କୁ ଜଗତର ନାଥ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି କାମନା କରିଥିଲେ । ତାଙ୍କ ମର ଶରୀରକୁ ଏକ ଶୋକାକୁଳ ପରିବେଶ ମଧ୍ୟରେ ସମସ୍ତ ଜନ ସାଧାରଣ, ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ମିଳିତ ଭାବେ ଗ୍ରାମ୍ୟ ପରିକ୍ରମା କରି ଗ୍ରାମ ସ୍ମଶାନରେ ଶବ ଦାହ କରିଥିଲେ l ତାଙ୍କର ଏକ ମାତ୍ର ପୁତ୍ର ଚିଙ୍କନ ପରିଡ଼ା ମୁଖାଗ୍ନୀ ଦେଇଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.