ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆରୋଗ୍ୟ କାମନା କରି ବିଜେଡି ପକ୍ଷରୁ ସାମୁହିକ ଦୀପଦାନ।

0 211

ପୋଲସରା, ୨୨/୦୬(ପିପିଟି) : ପୋଲସରା ବ୍ଲକ ଓ ଏନଏସି ବିଜେଡି ଦଳ ପକ୍ଷରୁ ମାଁ ସିଂହାସନୀ ପୀଠ ଓ ମହାଲିଙ୍ଗେଶ୍ବର ପୀଠରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ଦୀପଦାନ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳନେତା ତଥା ବିଜୁ ଜନତା ଦଳର ରାଜ୍ଯ ସଭାପତି ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଯୋଗୁଁ ମୁମ୍ବାଇର ଏକ ହସ୍ପିପିଟାଲରେ ତାଙ୍କର ଅସ୍ତ୍ରୋପଚାର ହେବ। ଏଥିପାଇଁ ପୋଲସରା ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ନେତୃତ୍ୱରେ ବିଜେଡି ଦଳ ପକ୍ଷରୁ ଜୁନ ୨୨ ତାରିଖ ସକାଳ ସମୟରେ କସିପଡା ସ୍ଥିତ ମାଁ ସିଂହାସନୀଙ୍କ ପୀଠରେ ପହଞ୍ଚି ସାମୁହିକ ଦୀପ ପ୍ରଜ୍ବଳନ କରି ଆଶୁ ଆରୋଗ୍ୟ କାମନା କରିଥିଲେ। ପରେ ଜିଲୁଣ୍ଡା ସ୍ଥିତ ମହାଲିଙ୍ଗେଶ୍ବର ପୀଠରେ ପହଞ୍ଚି ସେଠାରେ ମନ୍ଦିର ପରିସରରେ ମହାଦେବଙ୍କ ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ସାମୁହିକ ଭାବେ ପ୍ରାର୍ଥନା କରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ ଓ ଝୁନୁ ଦାସ , ସରପଞ୍ଚ ପବିତ୍ର ରାଉତ, ପୂର୍ବତନ ସରପଞ୍ଚ ବିଜୟ କୁମାର ଭୂୟାଁ, ରମେଶ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ସୁଶିତ ସାହୁ ଓ ଟୁକୁନା ସାହୁ, ସୁଦୀପ୍ତ କୁମାର ଦଳେଇ, ବାସୁଦେବ ନାୟକ, ବୁଲୁ ବେହେରା, ସମୀର ସ୍ବାଇଁ, ବାବୁଲି ପଟ୍ଟନାୟକ, ଗୋରାଚାନ୍ଦା ସାହୁ, ଦିଲ୍ଲୀପ ପ୍ରଧାନ, କାହ୍ନୁଚରଣ ସାହୁ ସମେତ ବହୁ ବିଜେଡି କର୍ମୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.