ପୋଲସରା ୧୫/୧୨(ପିପିଟି) :ଏକଦା ଗଞ୍ଜାମ ଟାଇଗର ଭାବେ ଖ୍ୟାତି ଅର୍ଜନ କରିଥିବା ଏବଂ ଓଡିଶା ରାଜନୀତିରେ ନିଜର ସ୍ବତନ୍ତ୍ର ଛାପ ଛାଡି ଯାଇଥିବା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଳଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଗତକାଲି ଏଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରା ଯାଇଛି। ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ସାନ ଝିଅ ତଦାଶା ତପସ୍ଵିନୀ ଓ ଜ୍ବାଇଁ ଉତ୍ତମ କୁମାର ଦାସ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି। ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ଦମକଳ କେନ୍ଦ୍ର ମଝିରେ ନିରୁପିତ ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦିନବନ୍ଧୁ ସାହୁ , ସିମାଞ୍ଚଳ ସାହୁ , ରମେଶ ଚନ୍ଦ୍ର ମିଶ୍ର , ପୂର୍ବତନ ସରପଞ୍ଚ ରୋହିତ ପ୍ରଧାନ , କାମଦେବ ପ୍ରଧାନ , ସରପଞ୍ଚ ରଘୁନାଥ ଭୂୟାଁ , ଭାସ୍କର ନାହକ , ନାରାୟଣ ସାହୁ , ଶରତ ପାଣିଗ୍ରାହୀ , ଅଶୋକ ପ୍ରଧାନ , ବନିନ୍ଦ୍ର ପ୍ରଧାନ , ଉମାଚରଣ ପ୍ରଧାନ , ପୂର୍ବତନ ସରପଞ୍ଚ କୈଳାଶ ମହାରଣା , ଅବସରପ୍ରାପ୍ତ ଶିକ୍ଷକ ରାଧାଶ୍ଯାମ ପଣ୍ଡା , ଦେବାଶିଷ ସାହୁ , କୃଷ୍ଣ ଚରଣ ପଟ୍ଟନାୟକ , ସୁଦିପ୍ତ ମୋହନ ପଟନାୟକ , ଯଜ୍ଞ ନାରାୟଣ ସାହୁ , ସିଲୁ ଦଳେଇ , ସିମାଞ୍ଚଳ ପ୍ରଧାନ , ପୋଲସରା ଓକିଲ ସଂଘ ସଭାପତି ବଳରାମ ପ୍ରଧାନ ଏବଂ କୃଷ୍ଣଚନ୍ଦ୍ର ଜେନା ସମେତ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ବହୁ ପ୍ରସଂଶକ ଉପସ୍ଥିତ ଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା