ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ଦେହାନ୍ତ ରାଜ୍ୟ ରାଜନୀତିରେ ଶୁନ୍ୟ ସ୍ଥାନ ସୃଷ୍ଟି କରିଛି :ପୁର୍ବତନ ବିଧାୟକ ପ୍ରଣବ ।

0 255

ଧର୍ମଶାଳା,୦୯/୦୩(ପିପିଟି): ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଶିଳ୍ପ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ଦେହାନ୍ତ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟ । ସେ ନିଜ ଶୋକ ବାର୍ତ୍ତାରେ ସେ କହିଛନ୍ତି ତାଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ମର୍ମାହତ। ତାଙ୍କ ଦେହାନ୍ତ ରାଜ୍ୟ ରାଜନୀତିରେ ଶୁନ୍ୟ ସ୍ଥାନ ସୃଷ୍ଟି କରିଛି । ଏଭଳି କଠିନ ସମୟରେ ଭଗବାନ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ। ତାଙ୍କ ଅମର ଆତ୍ମାର ସଦଗଦି କାମନା କରୁଛି । ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ୪ଥର ବିଜେଡିରୁ ବିଧାୟକ ଥିଲେ ଅନନ୍ତ । ଏଥିରୁ ତାଙ୍କର ଲୋକପ୍ରିୟତା ସ୍ପଷ୍ଟ ବାରି ହୋଇ ପଡୁଛି । ସେ ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ଶିଳ୍ପ ମନ୍ତ୍ରୀ ମଧ୍ୟ ରହିଥିଲେ । ଗତବର୍ଷ ସେ ଅଗଷ୍ଟ ୨୮ ତାରିଖରେ ସେ ୮୫ତମ ଜନ୍ମଦିନ ମଧ୍ୟ ପାଳନ କରିଥିଲେ।ଅନନ୍ତ ଦାସ ୧୯୪୦ ମସିହାର ଅଗଷ୍ଟ ମାସ ୨୮ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବାପା କାର୍ତ୍ତିକ ଚନ୍ଦ୍ର ଦାସ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକତ୍ତୋର । ତାଙ୍କର ୩ ପୁଅ ଓ ଜଣେ ଝିଅ ଅଛନ୍ତି । ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅନନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୮,୫୮୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କାର୍ତ୍ତିକେଶ୍ୱର ପାତ୍ରଙ୍କୁ ୧,୬୮୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅନନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସମୁଦାୟ ୭୩,୪୭୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି କାର୍ତ୍ତିକେଶ୍ୱର ପାତ୍ରଙ୍କୁ ୧୭,୬୫୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ । ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ସେ ଲଗାତାର ୪ଥର ବିଧାୟକ ରହିଥିବା ବେଳେ ଆଜି ଭୋଗରାଇବାସୀ ତାଙ୍କୁ ଝୁରୁଛନ୍ତି । ଗ୍ରାମରେ ମଧ୍ୟ ଶୋକାକୂଳ ପରିସ୍ଥିତି ଦେଖାଯାଇଛି ।

Leave A Reply

Your email address will not be published.