ପୂର୍ବତନ ବିଧାୟିକା ସ୍ବର୍ଗତ ଭି ସୁଜ୍ଞାନ ଦେଓଙ୍କ ୮୮ ତମ ଜନ୍ମ ଦିବସ ପାଳିତ।

0 298

କୋଦଳା,୦୫/୦୮(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବେଗୁନିଆପଡା ସ୍ଥିତ ମର୍ଦ୍ଧରାଜ କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାର ଦିନ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀମାଙ୍କ ୮୮ ତମ ଜନ୍ମଦିନ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭି.ସୁଜ୍ଞାନ ଦେଓ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା ଉଦ୍‍ଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସୁଜ୍ଞାନଙ୍କ ଉତ୍ତରାଧିକାରୀ ଡା.ସାକେତ ରାମରାଓ, ସମ୍ନାନୀତ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼,ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ଆବାହକ ତ୍ରିନାଥ ଭୂୟାଁ, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ, ବରିଷ୍ଠ ନେତା ସୁରେନ୍ଦ୍ର ନାଥ ତିଆଡ଼ି ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ରଥ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ଯକ୍ଷ ସୁରଥ ପ୍ରଧାନ, ସମବାୟ ନିର୍ଦେଶକ ହୃଷିକେଶ ମେହେଣାଙ୍କ ସମେତ ଅନେକ ଜନପ୍ରତିନିଧି ଉପସ୍ଥିତ ରହି ରକ୍ତ ଅଭାବରୁ କୌଣସି ଲୋକର ଜୀବନ ଚାଲି ନଯାଉ ବୋଲି ଅତିଥି ମାନେ କହି ରକ୍ତଦାତାଙ୍କୁ ଉସ୍ଛାହିତ କରିଥିଲେ । ମୋଟ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.