ପୂର୍ବତନ ବିଧାୟକ ସ୍ଵର୍ଗତ ନିରଞ୍ଜନ ପ୍ରଧାନଙ୍କ ସ୍ମୃତିରେ ରକ୍ତଦାନ ଶିବିର।

0 217

ପୋଲସରା ,୦୪/୧୦(ପିପିଟି) : କୋଦଳା ନିର୍ବାଚନ ମଣ୍ଡଳୀର ଶେଷ ତଥା ପୁନର୍ଗଠିତ ପୋଲସରା ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ସ୍ୱର୍ଗତ ନିରଞ୍ଜନ ପ୍ରଧାନଙ୍କ ପବିତ୍ର ଆଶ୍ୱିନ ମାସ ୩୦ ତାରିଖ ମହାଷ୍ଟମୀ ତିଥି ଦିବସରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ତାଙ୍କ ନିଜସ୍ଵ ପୋଲସରା ବ୍ଲକ୍ ଘୋଡ଼ାପଲାଣ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଅବସରରେ ସ୍ୱର୍ଗତଙ୍କ ସୁପୁତ୍ର ଦୀପକ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଅତିକ୍ଷୁଦ୍ର,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରଟିକୁ ଉଦଘାଟନ କରିବାସହ ସ୍ୱର୍ଗତଙ୍କ ଫଟୋଚିତ୍ରରେ ଭକ୍ତିପୂତ ଭାବେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜଣାଇଥିବାବେଳେ ଅନ୍ୟତମ ଅତିଥିଭାବେ ଘୁମୁସର ଜିଲ୍ଲା ବିଜେପି ଉପସଭାପତି ତଥା ବିଶିଷ୍ଠ ସମାଜସେବୀ ପ୍ରଭାକର ପଣ୍ଡା ଓ ଯୁବ ସମାଜସେବୀ ଜଗନ୍ନାଥ ବାଡ଼େଇ ପ୍ରମୁଖଙ୍କ ସମେତ ଅନେକ ନେତୃବୃନ୍ଦ, ସ°ଗଠକ ଓ ଶୁଭେଚ୍ଛୁ ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ରକ୍ତ ବିଭାଗ ଡାକ୍ଟରି ଦଳ ସ୍ବେଚ୍ଛାସେବୀ ରକ୍ତଦାତାମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ମୋଟ୍ ୪୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଶେଷରେ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ପରିବାର ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.