ବ୍ରହ୍ମପୁର,୧୨/୦୭(ପିପିଟି): ପୂର୍ବତନ ବିଧାୟକ, କୃଷକ ନେତା, କମ୍ରେଡ ବିଶ୍ୱନାଥ ସାହୁଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ବ୍ରହ୍ମପୁର ଠାରେ ଶନିବାର ଅନୁଷ୍ଠିତ ହୋଯାଇଅଛି। ଏଥିରେ ବିଶିଷ୍ଟ ସାମ୍ବାଦିକ ଓ କୃଷି ବିଶେଷଜ୍ଞ ପି. ସାଇନାଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘କୃଷି ଓ ଅସମାନତା’ ଶୀର୍ଷକରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ସିପିଆଇ ରାଜ୍ୟ ସମ୍ପାଦକ ଆଶୀଷ କାନୁନଗୋ, ବରିଷ୍ଠ ସିପିଏମ ନେତା ଅଳିକିଶୋର ପଟନାୟକ,କଂଗ୍ରେସର ପୂର୍ବତନ ବିଧାୟକ ଡା.ତ୍ରିନାଥ ବେହେରା, ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ଯୋତି ରଞ୍ଜନ ମହାପାତ୍ର, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଶତବର୍ଷିକୀ କମିଟି ସଭାପତି ତଥା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା,ସମ୍ପାଦକ ତଥା ପୂର୍ବତନ ବିଧାୟକ ନାରାୟଣ ରେଡି,ବରିଷ୍ଠ ଆଇନଜୀବୀ ଭଗବାନ ସାହୁ, ଉପସଭାପତି ରବିରଥ, ସହସମ୍ପାଦକ ଅବନୀ ଗୟା, ବରିଷ୍ଠ ସାମ୍ବାଦିକ ସୁଧୀର ପଟ୍ଟନାୟକ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ ଯୋଗ ଦେଇଛନ୍ତି । ବିଘ୍ନେଶ୍ୱର ସାହୁ ସଂଯୋଜନା କରିଥିଲେ । ଜନ୍ମ ଶତବାର୍ଷିକୀ ଅବସରରେ ସ୍ମରଣିକା “ବିଶ୍ବାସର ସାଥି ବିଶ୍ବନାଥ ” ଉନ୍ମୋଚିତ ହୋଇଥିଲା।