ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗ।

0 422

ଭୁବନେଶ୍ବର,୦୨/୦୯: ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ । ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପରଲୋକ ହୋଇଯାଇଛି । ୭ ଥର ବିଧାୟକ ଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ମୋହନାରୁ ୪ ଥର ଏବଂ ଦିଗପହଣ୍ଡିରୁ ସେ ୩ ଥର ବିଧାୟକ ରହିଛନ୍ତି । ଏକାଧିକ ଥର ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ସଂପାଦନ କରିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ୭୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ସୂର୍ଯ୍ୟ ପାତ୍ରଙ୍କୁ ଜଣାଯାଏ । ବିଜେଡି ସରକାରରେ ସେ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୯୦ରେ ପ୍ରଥମ ଥର ମୋହନାରୁ ସେ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୧୯ରୁ ୨୦୨୨ ଯାଏ ବିଧାନସଭାର ବାଚସ୍ପତି ହୋଇଥିଲେ ସୂର୍ଯ୍ୟ ପାତ୍ର । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ସୂର୍ଯ୍ୟନାରାୟଣ ପାତ୍ର ୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ବିଏସ୍‌ସି ଓ ଏଲଏଲବି ପରେ ଓକିଲାତି କରିଥିଲେ । ପରେ ରାଜନୀତିରେ ଯୋଗ ଦେଇଥିଲେ ସୂର୍ଯ୍ୟ ପାତ୍ର । କାଉନସିଲରରୁ ବାଚସ୍ପତି ଯାଏଁ ତାଙ୍କର ରାଜନୈତିକ କ୍ୟାରିୟର ଲମ୍ବିଥିଲା ।

Leave A Reply

Your email address will not be published.