ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ ପାଳନ ।

0 194

ବେଲଗୁଣ୍ଠା,୨୫/୧୨(ପିପିଟି ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବିଜେପି କାର୍ଯ୍ୟାଳୟ ପରିସରରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପୂର୍ବତନ ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ସ୍ୱର୍ଗତ ବାଜପେୟୀ ନିଜର ଦୂର ଦୃଷ୍ଟି ବଳରେ ଭାରତକୁ ଏକ ଉନ୍ନତ, ସୁଦୃଢ ଏବଂ ସଶକ୍ତ ଦେଶ ଭାବେ ଗଢ଼ି ତୋଳିଥିବା ବେଳେ ତାଙ୍କ ଦକ୍ଷ ନେତୃତ୍ୱ ବଳରେ ଦେଶ ଅର୍ଥନୈତିକ, ସାମରିକ ଏବଂ କୂଟନୈତିକ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲା ବୋଲି ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ତଥା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ବିଜେପି ରାଜ୍ୟ ପରିଷଦ ସଦସ୍ୟ ପ୍ରହଲ୍ଲାଦ ଲେଙ୍କା, ସାଂସଦ ପ୍ରତିନିଧି ରଞ୍ଜନ ରାଉତ,ବରିଷ୍ଠ ବିଜେପି ନେତା ବୁଲୁ ସ୍ୱାଇଁ,ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା ପ୍ରମୁଖ ମଞ୍ଚାସୀନ ରହି ବାଜପେୟୀଙ୍କ ଗୁଣଗାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସତ୍ୟବାନ ସ୍ଵାଇଁ, ଦୂର୍ଗା ମାଧବ ନାୟକ,ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା, ସୁରେନ୍ଦ୍ର କୁମାର ଡାକୁଆ,ମଣ୍ଡଳ ସଭାପତି ସଞ୍ଜୟ କୁମାର ଜେନା,ଶିବରାମ ରାଉତ, ବ୍ଳକ୍ ଉପାଧ୍ୟକ୍ଷା ପ୍ରତିନିଧି ପ୍ରମୋଦ ପ୍ରଧାନ, ବେଲଗୁଣ୍ଠା ନଗର ସାଂସଦ ପ୍ରତିନିଧି ତଥା ମଣ୍ଡଳ ସଭାପତି ନାରାୟଣ ସାହୁ, କାଉନସିଲର୍ ଦିବ୍ୟ ରଞ୍ଜନ ଦାଶ୍, ପୂର୍ବତନ ସରପଞ୍ଚ ଜୟରାମ ନାୟକ, ଯୁବନେତା ରାଧାସ୍ଵାମୀ ରାଜୁ, ଟୁକୁନା ଖଟେଇ, କାର୍ତ୍ତିକ୍ ବିଷୋୟୀ,ସନ୍ତୋଷ ସ୍ୱାଇଁ, ସୋରଡ଼ା ଏନ୍ଏସି ମଣ୍ଡଳ ସଭାପତି ସୀତାରାମ ପାତ୍ର, ଦେବ ପଟ୍ଟନାୟକ,ସତ୍ୟନାରାୟଣ ସ୍ୱାଇଁ, ଟୁକୁନା ଗୌଡ଼, ସରପଞ୍ଚ ଦେବରାଜ ମଲ୍ଲିକ୍, ବରିଷ୍ଠ ନେତା ବନମାଳୀ ସ୍ୱାଇଁ, ଶିବ ଦିଗାଲ୍ ଓ ଭଗବାନ ମୁନି ଙ୍କ ସମେତ ବେଲଗୁଣ୍ଠା,ସୋରଡ଼ା ବ୍ଳକ୍ ଏବଂ ଏନ୍ଏସିରୁ ବିଭିନ୍ନ ସଂଗଠନ, କର୍ମୀ, ସରପଞ୍ଚ,ସମିତିସଭ୍ୟ, ପୂର୍ବତନ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିଲେ ।

ଫଟୋ

Leave A Reply

Your email address will not be published.