ହିଞ୍ଜିଳିକାଟୁ, ୧୩/୧୨(ପିପିଟି ):ହିଞ୍ଜିଳିକାଟୁ ପୋୖରାଞ୍ଚଳ ଅନ୍ତର୍ଗତ ହିଞ୍ଜିଳି ସ୍ଥିତ ସାନ ସାହି ହରିହର ପାଣିଗ୍ରାହଙ୍କ ପତ୍ନୀ ତଥା ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀଙ୍କ ମାତା ସୁଦଷ୍ଣା ପାଣିଗ୍ରାହୀ (୭୬ ) ଙ୍କ ଶୁକ୍ରବାର ସକାଳ ୫ ଘଣ୍ଟ ସମୟରେ ନିଜ ବାସଭବନ ଠାରେ ହୃଦ୍ଘାତରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ବେଳକୁ ଶଯ୍ୟା ନିକଟରେ ସ୍ଵାମୀ, ବରିଷ୍ଠ ପୁତ୍ର ବିଭୁଦତ୍ତ ପାଣିଗ୍ରାହୀ, କନିଷ୍ଠ ପୁତ୍ର ପବିତ୍ର ମୋହନ ପାଣିଗ୍ରାହୀ ଓ ଝିଅ,ଜୋଇଁ, ସାନବୋହୂ ପୋୖର ପରିଷଦ ପ୍ରାକ୍ତନ ଅଧ୍ଯକ୍ଷା ଗୌରୀ ପାଣିଗ୍ରାହୀ,ସମସ୍ତ ନାତି ଓ ନାତୁଣୀଙ୍କ ସମେତ ପରିବାର ସଦସ୍ୟ ଉପସ୍ଥିତଥିଲେ । ତାଙ୍କ ବିୟୋଗରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ସମାଜସେବୀ ମାନସ ବେହେରା, ବହୁ କାଉନସିଲର,ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସମେତ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ବାସଭବନରେ ପହଞ୍ଚି ଗଭୀର ଶୋକ ବ୍ୟକ୍ତ କରିବା ସହ ଶେଷ ଦର୍ଶନ କରିଥିଲେ । ଶିକିରି ଋଷିକୁଲ୍ୟା ନଦୀତଟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ରିପୋର୍ଟ୍ -ଅଜିତ୍ କୁମାର ପଟ୍ଟନାୟକ