ପୋଲସରା ୧୮/୦୫(ପିପିଟି):ପୋଲସରା ମୁଖ୍ୟ ରାସ୍ତା ଠାରୁ ହାତିଓଟ ଗ୍ରାମକୁ ସଂଯୋଗ କରୁଥିବା ପୋଲସରା ପୂର୍ତ୍ତ ବିଭାଗ ରାସ୍ତାର ବିଭିନ୍ନ ଯାଗାରେ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ରାସ୍ତାରେ ଯାଇଥିବା ଯାନବାହନ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଜଣାପଡିଛି।ଏହି ଗର୍ତ୍ତ ଗୁଡିକ ବିଭିନ୍ନ ବୁଲାଣିରେ ରହିଥିବାରୁ ଯିବାଆସିବା ସମୟରେ ସତର୍କ ନହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ।ରାସ୍ତାର ମରାମତି ସାଧାରଣତଃ ପଥର ଓ ଡଷ୍ଟ କିଛି ପକାଇ କରୁଥିଲେ ମଧ୍ୟ ବାରମ୍ବାର ଗର୍ତ୍ତ ସୃଷ୍ଟି ହେଉଛି।ଯାହାକି ବିଭାଗ ତରଫରୁ ସ୍ଥାୟୀ ମରାମତି କରିବା ନିହାତି ଆବଶ୍ୟକ ହୋଇପଡିଛି। ଦୁଖାଃ ବନ୍ଧ,ଖଣ୍ଡୁରୁ ଛକଠାରୁ ଚଢିଆପଡା ମଧ୍ୟରେ ଏବଂ ଖଣ୍ଡୁରୁ ଗୁଡ ଫେକ୍ଟ୍ରି ଛକ ସହିତ ହାତିଓଟ ଗ୍ରାମକୁ ଯିବା ରାସ୍ତାର ବହୁ ବୁଲାଣି ଠାରେ ଗର୍ତ୍ତ ରହିଅଛି, ଏଣୁ ଏହି ରାସ୍ତା ବିପଦ ସଂକେତ ଦେଉଥିବା ସହିତ ବହୁ ଲୋକ ଯିବାଆସିବା ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି।ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହେଉଛି।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା