ପୁଲୱାମା ଶହୀଦ୍ ଜବାନଙ୍କ ୭ ବର୍ଷ ପୂର୍ତ୍ତି ଉପଲକ୍ଷେ ପୋଲସରାରେ ମହମବତି ଶୋଭାଯାତ୍ରା ଏଵଂ ଶ୍ରଦ୍ଧାଞ୍ଜଳି।

0 0

ପୋଲସରା,୧୪/୦୨ (ପିପିଟି): ପୁଲୱାମା ଶହୀଦ୍ ଜବାନଙ୍କ ସାତ ବର୍ଷ ପୂର୍ତ୍ତି ଅବସରରେ ପୋଲସରା ଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଏବଂ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ସମୟରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଛକଠାରୁ ଏକ ମହମବତି ଶୋଭାଯାତ୍ରା ବାହାର କରାଯାଇ ବ୍ଲକ୍ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ସହର ସ୍ଥିତ ବାଲୁଙ୍କେଶ୍ଵର ମହାଦେବ ମନ୍ଦିରରେ ସମାପ୍ତ ହୋଇଥିଲା।ପରେ ମନ୍ଦିର ପରିସରରେ ଏକ ଦୀପ ପ୍ରଜ୍ଵଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ସଭା କରାଯାଇ ଦିବ°ଗତ ଶହୀଦ୍ ଯବାନଙ୍କ ଅମର ଆତ୍ମାର ଶାନ୍ତି କାମନା କରାଯାଇଥିଲା। ଏହି ଦେଶାତ୍ମକବୋଧ ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ପୋଲସରାର ସାଧାରଣ ଜନତା, ବାଳକ ଓ ବାଳିକାମାନେ ସ୍ଵତଃସ୍ଫୁତ ଭାବେ ଯୋଗଦେଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.