ପୁରୁଣା କାନ୍ଥରେ ରଙ୍ଗ ବୋଳି ୩ ଲକ୍ଷ ଟଙ୍କା ଚଳୁ ପାଇଁ ଯୋଜନା ।

0 302

ମାଲକାନଗିରି,୨୮/୦୮(ପିପିଟି):ମାଥିଲି ବ୍ଲକ ଅଧିନ କର୍ତ୍ତନପାଲ୍ଲୀ ପଞ୍ଚାୟତର କୋପ୍ରା ଗ୍ରାମରେ ଛଅ ବର୍ଷ ପୂର୍ବେ ଏକ ସଂସ୍କୃତି ଭବନ ନିର୍ମାଣ କରଯାଇଥିଲା ବେଳେ ଚାରି ବର୍ଷ ପୂର୍ବେ ଉକ୍ତ ସଂସ୍କୃତି ଭବନଟିର ଛପର ପବନରେ ଉଡ଼ି ଯାଇ ସମ୍ପୂର୍ଣ୍ଣ ନଷ୍ଟ ସୋଇଯାଇଥିଲା। କୋପ୍ରା ଗ୍ରାମବାସୀ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଯାହାକି (ସମନ୍ୱିତ ଆଦିବାସି ଉନ୍ନୟନ ସଂସ୍ଥା, ମାଲକାନଗିରି)ଙ୍କୁ ଲିଖିତ ଭାବେ ମରାମତି ପାଇଁ ଜଣାଇଥିଲେ। ଫଳରେ ୨୦୨୩-୨୪ ଅର୍ଥକ ବର୍ଷରେ ସଂସ୍କୃତି ଭବନ ମରାମତି କରିବାକୁ ୩ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା । କିନ୍ତୁ ଉକ୍ତ ଭବନର ମରାମତି କାର୍ଯ୍ୟ ନ କରି ସେହି ଗ୍ରାମରେ ଥିବା ଏକ ପୁରୁଣା କମ୍ୟୁନିଟି ସେଣ୍ଟର୍ କୁ ବାହାରେ ଓ ଭିତରେ ରଙ୍ଗ ମାରି ଟଙ୍କା ଆତ୍ମସାତ କରିବା ପାଇଁ କାନ୍ଥରେ ସୁନ୍ଦର ଭାବରେ “ସ୍ବତନ୍ତ୍ର ଉନ୍ନୟନ ପରିଷଦ, କାର୍ଯ୍ୟ ର ନାମ -ମା ହାତୀ ବାରୁଣୀ ସଂସ୍କୃତି କ୍ଳବ୍ ମରାମତି, ଗ୍ରାମ -କୋପ୍ରା,ଗ୍ରା.ପ-କର୍ତ୍ତନପାଲୀ,ପ.ସ-ମାଥିଲି, ଜିଲ୍ଲା -ମାଲକାନଗିରି,ଅଟକଳ ମୂଲ୍ୟ -୩୦୦୦୦୦/-, ଆର୍ଥିକ ବର୍ଷ-୨୦୨୩/୨୦୨୪, କାର୍ଯ୍ୟ ନିର୍ବାହୀ ସଂସ୍ଥା -ସମନ୍ବତ
ଆଦିବାସୀ ଉନ୍ନୟନ ସଂସ୍ଥା, ମାଲକାନଗିରି” ବୋଲି ଲେଖା
ଯାଇଛି।କାନ୍ଥରେ ସାଇନ୍ ବୋର୍ଡ ତିଆରି କରି ଫୋଟୋ ଉଠାଇ ଠିକାଦାର ନାରାୟଣ ଖରା ନେଇଥିଲେ। ଗ୍ରାମବାସୀମାନେ ସାମ୍ବାଦିକଙ୍କୁ ଅଭିଯୋଗ କଲା ପରେ ଘଟଣାସ୍ଥଳରେ ସ୍ଥିତି ପରଖିବା ସହ ଏ ସମ୍ପର୍କରେ ସଂପୃକ୍ତ ଯନ୍ତ୍ରୀ ମିତ୍ର ଭାନୁ ଅର୍କଙ୍କୁ ଯୋଗାଯୋଗ କରା ଯାଇଥିଲା। ଆଇଟିଡିଏ ଯନ୍ତ୍ରୀ ମିତ୍ରଭାନୁ ଆର୍କ କହିଲେ ଯେ ସେ ବର୍ତ୍ତମାନ ନୂଆ ଆସି ଦାୟିତ୍ବ ନେଇଛି। ମୁଁ ସେ କାମ ଦେଖିନାହିଁ କି ଜାଣି ନାହିଁ। ଏହା ପୁରୁଣା କାମ ।
ଏହା ବିଲ୍ ହୋଇ ନାହିଁ। ଯଦି ଏଭଳି ଚଞ୍ଚକତା କରା ଯାଇଛି, ତେବେ ବିଲ୍ କରିବା ଯିବ ନାହିଁ। ଅନ୍ୟ ପକ୍ଷରେ ଘଟଣା ଟି ପ୍ରଘଟ ହେବା ପରେ ଲେଖା ଯାଇଥିବା କାନ୍ଥ ଫଳକଟିକୁ ସଂପୃକ୍ତ ଠିକାଦାର କିଛି ଲୋକଙ୍କୁ ପଠାଇ ଲିଭାଇ ଦେଇଥିବା
ଜଣାପଡିଛି।ଠିକାଦାର ନାରାୟଣ ଖରାଙ୍କ ଚଞ୍ଚକତା ଲୋକ ଲୋଚନକୁ ଆସିବା ପରେ ଭୁଲକୁ ସ୍ବୀକାର କରିଥିଲେ । ଯଦି ଗାଁ ଲୋକମାନେ ସତ୍ୟ ର ପରଦା ଫାଶ କରି ନଥାନ୍ତେ
ତେବେ ୧୦ ହଜାର ଟଙ୍କା ର ରଙ୍ଗ ମାରି ୩ ଲକ୍ଷ ଟଙ୍କା ସିଧାସଳଖ ଚଳୁ ହୋଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଣୁ ଆଇଟିଡିଏ ସଂସ୍ଥା ଯେଉଁ ବିଭାଗୀୟ କାର୍ଯ୍ୟ ଦେଖା ଠିକାଦାର ମାନଙ୍କୁ କାମ ବଣ୍ଟନ କରୁଛନ୍ତି, ପ୍ରକୃତ
ଘଟଣା ସ୍ଥଳକୁ ଯାଇ କାମ ଦେଖିଲା ପରେ ବିଲ୍ କରିବା ଉଚିତ।
ନତୁବା ଏମିତି ସରକାରୀ କା ମାଲ ଦରିଆ ମେ ଡାଲ୍ ନ୍ୟାୟ ରେ ଠିକାଦାରମାନେ ଅସାଧୁ ଉପାୟ ଅବଲମ୍ବନ କରି ମାଲେ ମାଲ୍ ହେବା ସହିତ ବିକାଶ ନାଁ ରେ ଅର୍ଥ ଶ୍ରାଦ୍ଧ ହେବା ଛଡ଼ା
ଉନ୍ନତି ହେବା ଅସମ୍ଭବ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.