ପୁରୁଣାକଟକକୁ ଏନ.ଏ.ସି ଘୋଷଣା ଦାବିରେ ଶୋଭାଯାତ୍ରା।

0 251

ହରଭଙ୍ଗା,୦୫/୦୫: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ଦାବିନେଇ ଏନ.ଏ.ସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ସନ୍ଧ୍ୟାରେ ଆବାହକ ରବି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ପୁରୁଣାକଟକଠାରେ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ସରକାରଙ୍କ ସମୟରେ ସାଧାରଣ ନିର୍ବାଚନ ପୂର୍ବରୁ ବୌଦ୍ଧକୁ ମ୍ୟୁନିସିପାଲଟି ଏବଂ କଣ୍ଟାମାଳ, ମନମୁଣ୍ଡା,ବାଉଁଶୁଣୀ ଓ ପୁରୁଣାକଟକକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରାଯାଇଥିଲା । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ୱାରା ୩୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହୋଇଥିବା ବେଳେ ସେଥିରୁ ପୁରୁଣାକଟକ ବାଦ ପଡ଼ିଛି । ପୁରୁଣାକଟକକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ନହେବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଜେପି ସରକାରଙ୍କୁ ଭର୍ତ୍ସନା କରାଯାଇଥିଲା । ଏହା ସହିତ ବୌଦ୍ଧ ଜିଲ୍ଲାର କଣ୍ଟାମାଳକୁ ଏନ.ଏ.ସି ଘୋଷଣା ହୋଇପାରିଲା। ମାତ୍ର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଥାଉ ଥାଉ ପୁରୁଣାକଟକ ଏନ୍.ଏ.ସି ମାନ୍ୟତାରୁ ବାଦ ପଡିବା ତାଙ୍କ ଅପରାଗତାକୁ ଦାୟୀ କରି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ଫଟୋ ଚିତ୍ର ଦାହ କରାଯାଇଥିଲା । ଉକ୍ତ ପ୍ରତିବାଦ ଶୋଭାଯାତ୍ରାରେ ସ୍ଥାନୀୟ ସରପଞ୍ଚ ଅଶୋକ ସେଠୀ,ସମିତି ସଭ୍ୟ ସରୋଜ ପ୍ରଧାନ,ଗରୁଡ଼ ପ୍ରଧାନ,ଅବକାଶ ସାହୁ, ସୁଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.