ପୁରୀ ଠାରେ ଫାଶୀ କାଠ ଦାତାଙ୍କୁ ସମ୍ବର୍ଦ୍ଧନା ।

0 248

ଭଞ୍ଜନଗର, ୧୮/୦୩(ପିପିଟି) : ଗତ ୨୦୨୪ ମସିହାରେ ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ସକାଶେ ଫାଶୀ କାଠ ଯୋଗାଇ ଦିଆଯାଇଛି।ଏହି ନିମନ୍ତେ ଆଜି ଉତ୍ତର ଘୁମୁସର ବନଖଣ୍ଡର ୭ଜଣ ଦାତା, ନୟାଗଡ଼ ଦକ୍ଷିଣ ଘୁମୁସର ଏବଂ ଅନୁଗୁଳ ଡିଭିଜନର କେତେକଙ୍କୁ ପୁରୀ ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏହି ଅବସରରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଏବଂ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ଉତ୍ତର ଘୁମୁସର ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କୁ ଦାତାଙ୍କ ପ୍ରତିନିଧି ଭାବେ ସମ୍ବର୍ଦ୍ଧିତ କରାଯାଇଛି।ଏହି ବନଖଣ୍ଡର ଦାତାଙ୍କ ମଧ୍ୟରେ ଗାଙ୍ଗପୁର ସେକ୍ସନ କେଶରା ପଲି ଗ୍ରାମର କାର୍ତ୍ତିକ ଗୌଡ଼, ଯୁଗଳ ପ୍ରଧାନ,ନିଲୁ ନାୟକ, ଭାଜରାମ ବିଷୋୟୀ,ରାଜେଶ୍ୱରୀ ଡାକୁଆ,ଜଗନ୍ନାଥ ଗୌଡ଼ ଓ ୨୦୨୩ ମସିହାର ଜଗନ୍ନାଥ ପ୍ରସାଦ ବ୍ଲକ କ୍ଷେତ ମୁଣ୍ଡାଳି ଗ୍ରାମର ସୁରେଶ ଚନ୍ଦ୍ର ସାହୁ ରହିଛନ୍ତି।

(ରିପୋର୍ଟ- ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.