ପୁରାତନ ସଂସ୍କୃତି ସମାଜକୁ ବିକଶିତ କରିଥାଏ ।

0 227

ବୋଲଗଡ,୧୫/୦୨(ପିପିଟି) :ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ବୋଲଗଡ ଶିକ୍ଷା ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ସରକାରୀ ରଘୁନାଥ ମଧୁସୂଦନ ନୋଡାଲ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଏବଂ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଆବାହକତ୍ୱରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ସ୍କୁଲ ପରିସରରେ ପ୍ରଦର୍ଶନ କରାଯାଇଅଛି । ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମୁନା ଖଟୁଆ ଓ ଶିକ୍ଷୟିତ୍ରୀ ହିମାଦ୍ରୀ ମହାପାତ୍ର,ମନାଲି ବାଳା ସାହୁ,ଶ୍ରଦ୍ଧାଞ୍ଜଳି ସାହୁ,ଯମୁନା ବିର,ସରସ୍ବତୀ ସାହୁ ପ୍ରମୁଖଙ୍କ ମିଳିତ ସଂଯୋଜନାରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୧୧୫ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଆଜିର ଆଧୁନିକ ସମାଜରେ ପୁରାତନ କଳା, ସାହିତ୍ୟ, ସଂସ୍କୃତି ଓ ଲୋକ କଳା ଇତ୍ୟାଦି ଦିନକୁ ଦିନ ଅବକ୍ଷୟ ଘଟୁଥିବାରୁ ସମାଜର ପ୍ରଥା ବିକଶିତ ହୋଇପାରୁନାହିଁ ଓ ଛାତ୍ର ଛାତ୍ରୀମାନଙ୍କୁ ଉଚିତ କଳା, ସାହିତ୍ୟ,ସଂସ୍କୃତି, ଶିକ୍ଷା ପ୍ରଦାନ କରାଯାଇପାରୁ ନଥିବାରୁ ସେମାନେ ଏହାକୁ ଭୁଲିଯାଉଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମାଜର ପୁରାତନ ପ୍ରଥା, କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀମାନଙ୍କୁ ଆମ ସଂସ୍କୃତି ଓ ଆମ ଖେଳନା ମାଧ୍ୟମରେ ପ୍ରେରଣା ଦିଆଯାଉଅଛି ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ଘଟୁଅଛି ଓ ଛାତ୍ର ଛାତ୍ରୀମାନେ ଅତ୍ୟନ୍ତ ଆନନ୍ଦିତ ହେଉଅଛନ୍ତି ବୋଲି ଶିକ୍ଷୟିତ୍ରୀ ହିମାଦତ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଓ ଅଭିଭାବକ ଓ ଅଭିଭାବିକା ମାନେ ମନ ଭରି ଉପଭୋଗ କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)

Leave A Reply

Your email address will not be published.