ପୁନଃ ଏକିକରଣ ଶିବିର ଅନୁଷ୍ଠିତ ।

0 301

ସୁବର୍ଣ୍ଣପୁର ,୨୦/୧୦(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଂଚାୟତ ର ଅଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରେଆର ସୋନପୁର ତରଫରୁ ବେସିକ ନିଡ଼ ଇଣ୍ଡିଆ ସହାୟତା ରେ ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ପୁନଃ ଏକିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି!ଏଥିରେ ଅତିଥି ଭାବରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ ର ଶିବ କର୍ମୀ, ବେସିକ ନିଡ଼ ଇଣ୍ଡିଆ ର ରାଜ୍ୟ ସଂଯୋଯକ ରାଜୀବ କର୍ମୀ,ସ୍ଥାନୀୟ ଅଙ୍ଗନବାଡି କର୍ମୀ ସ୍ମିତା କର୍ଣ୍ଣ, ଆଶା କର୍ମୀ ସାବିତ୍ରୀ ରଣା, ଖଣ୍ଡହତା ସିୟା ପରିବାର ସମ୍ପାଦକ ସୁଦାମ ଗାଈଗରିଆ,ଯୋଗ ଦେଇଥିଲେ!କ୍ଷେତ୍ର ସହାୟକ ମିତ୍ରଭାନୁ ମଲ୍ଲିକ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ର ବିଭିନ୍ନ ଅସୁବିଧା ଏବଂ ତାହାର ସମାଧାନ ବିଷୟରେ ଆଲୋଚନା କରିଥିଲେ!ପ୍ରକଳ୍ପ ସଂଯୋଯୋକ ବିଶ୍ୱମ୍ବର ସାହୁ ଅସୁସ୍ଥ ବ୍ୟକ୍ତି ଙ୍କୁ ବିଭିନ୍ନ କୌଶଳ ବିଷୟରେ ସୂଚନା ଦେଇଥିଲେ!ଶେଷରେ ସ୍ବେଛାସେବୀ ଝେଲିନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.