ପୁଅକୁ ଧରି ଭାର୍ଗବୀ ନଦୀକୁ ଡେଇଁଲା ମା;ନଦୀ ଗର୍ଭରୁ ମା, ପୁଅଙ୍କ ମୃତଦେହ ଉଦ୍ଧାର ।

0 218

ପିପିଲି,୧୮/୦୯ : ପିପିଲି – ନିମାପଡ଼ା ରାସ୍ତାର ହରିପୁର ନିକଟ ଭାର୍ଗବୀ ନଦୀ ବ୍ରିଜ ଉପରୁ ଜଣେ ମହିଳା ଆଜି ଅପରାହ୍ଣ ୩ ଟା ୪୫ ମିନିଟରେ ଏକ ଶିଶୁ ପୁତ୍ରକୁ ଧରି ନଦୀକୁ ଦେଇଥିଲା । ଖବର ପାଇ ଅଗ୍ନିସମ ବିଭାଗର କର୍ମଚାରୀ ମାନେ ନଦୀରେ ଖୋଜାଖୋଜି କରିଥିଲେ । ତେବେ ଘଟଣାସ୍ଥଳରୁ ଦେଢ କିଲୋମିଟର ଦୂର ସୁନାପଦା ଗ୍ରାମ ନିକଟରେ ୨ ଜଣ ଗ୍ରାମବାସୀ ଗଭୀର ନଦୀନାଳରୁ ଉଭୟଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ସେମାନଙ୍କ ପରିଚୟ ଜଣା ପଡିନାହିଁ । ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

Leave A Reply

Your email address will not be published.