ପୋଲସରା,୨୦/୦୧ (ପିପିଟି): ପୋଲସରା ସ୍ଥିତ ପି.ଏମ୍.ଶ୍ରୀ. ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ କ୍ରୀଡ଼ା ଶିକ୍ଷକ ଜ୍ଞାନ ରଞ୍ଜନ ଜାଲିଙ୍କ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମଟିକୁ ମୁଖ୍ୟ ଅତିଥି ବିଇଓ ଶ୍ରୀହର୍ଷବାବୁ ଖାଡଙ୍ଗା ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶୁଭ ଉଦ୍ଘାଟନ କରିଥିବାବେଳେ ଏଥିରେ ମୁଖ୍ୟବକ୍ତା ଭାବେ ପୋଲସରା ବିଜ୍ଞାନ କଲେଜ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ସୀମାଞ୍ଚଳ ସାହୁ, ଏସ୍.ଏମ୍.ସି ସଭାପତି ରତ୍ନାକର ସାହୁ, ହାତିଓଟ ଗଙ୍ଗାଧର ବିଜ୍ଞାନ କଲେଜର କ୍ରୀଡା ଶିକ୍ଷକ ଅଭିଷେକ ଡାକୁଆ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଅତିଥିମାନେ କ୍ରୀଡ଼ାର ମହତ୍ତ୍ଵ ଉପରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟ ଉତ୍ତରୋତ୍ତର କାମନା କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ କୃତିତ୍ୱ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପଦକ ଅତିଥିମାନେ ପ୍ରଦାନ କରିଥିଲେ। ସଭାକାର୍ଯ୍ୟ ପରିଚାଳନା ଶିକ୍ଷୟିତ୍ରୀ ସୁସସ୍ମିତା ପଟ୍ଟନାୟକ କରିଥିଲେ।ଶେଷରେ କ୍ରୀଡ଼ା ଶିକ୍ଷକ ଜାଲି ଆଜ୍ଞା ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା