ପିପୁଲସ କଲେଜ ବୁଗୁଡ଼ା ୧୯୯୮-୨୦୦୩ ବେଚର ବନ୍ଧୁମିଳନ।

0 227

ପୋଲସରା ,୦୫/୧୦(ପିପିଟି) : ଆଜି ବୁଗୁଡ଼ା ପିପୁଲସ ମହାବିଦ୍ୟାଳୟର ୧୯୯୮ ରୁ ୨୦୦୩ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିବା ପ୍ରାକ୍ତନ ବିଦ୍ୟାର୍ଥୀଙ୍କ ପ୍ରଥମ ବନ୍ଧୁମିଳନ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ଭଂଜରାଜାଙ୍କ ଦ୍ଵାରା ସ୍ଥାପିତ ଐତିହ୍ୟ କିର୍ତ୍ତୀ ବହନ କରୁଥିବା ପ୍ରସିଦ୍ଧ ବୁଦ୍ଧଖୋଲ ସ୍ଥିତ ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଠାକୁରଙ୍କ ପାଖରେ ମଙ୍ଗଳ କାମନା ସ୍ୱରୂପ ପ୍ରଦୀପ ପ୍ରଜ୍ବଳନ ଏଵଂ ଭୋଗଲାଗି କାର୍ଯ୍ୟକ୍ରମ ସମ୍ପାଦିତ ହେବାପରେ ଦୀର୍ଘ ପଚିଶି ବର୍ଷ ପରେ ସମସ୍ତ ସହପାଠୀ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ଅଧ୍ୟୟନ ସ୍ତରର ବହୁ ସ୍ମୃତି ରୋମନ୍ଥନ କରିଥିଲେ। ଗୁରୁ ଓ ଶିଷ୍ୟର ପରମ୍ପରା ଅପୂର୍ବଭରା ସ୍ମୃତିକୁ ସାଉଁଟିକା ସହିତ ଆଲୋଚନା ମାଧ୍ୟମରେ ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନ କରିଥିଲେ। ଏହି ଅବସରରେ ଦିବ°ଗତ ଗୁରୁ ଏଵଂ ସହପାଠୀଙ୍କ ଅମର ଆତ୍ମାର ସଦଗତି କାମନା ସ୍ୱରୂପ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯିବାସହ ଶୋକସନ୍ତପ୍ତ ପରିବାର ବର୍ଗଗତି ଗଭୀର ସମବେଦନା ଜ୍ଞାପନ କରାଯିବାର ଭାବବିହ୍ୱଳ ଦୃଶ ଦେଖିବାକୁ ମିଳିଥିଲା। ପରେ ସମସ୍ତ ବନ୍ଧୁମାନେ ମିଶି ପରବର୍ତ୍ତୀ ସମୟରେ ନିଜନିଜର ସାମର୍ଥ ହେଉ ବା ମିଳିତଭାବେ ହେଉ ପରୋପକାର କାର୍ଯ୍ୟମାଧ୍ୟମରେ ସେବା କରିବାକୁ ନିଷ୍ପତି ନିଆଯାଇଥିଲା। ଏଵଂ ଯେଉଁ ବନ୍ଧୁମାନେ କୌଣସି କାରଣ ବଶତ ଆସିପାରିନଥିଲେ ଆଗାମୀ ଦିନରେ ହେବାକୁଥିବା ବନ୍ଧୁମିଳନ କାର୍ଯ୍ୟରେ ଯେଭଳି ଯୋଗଦେବେ ସେଥି ଉପରେ ବିଚାର ବୀମର୍ଶ କରାଯାଇ ସେମାନଙ୍କୁ ଅନୁରୋଧ କରାଯାଇଥିଲା। ଏଥିରେ ପ୍ରହଲ୍ଲାଦ ବିଷୋୟୀ,ସଞ୍ଜୟ କୁମାର ଗୌଡ଼,ରବୀନ୍ଦ୍ର ନାୟକ, ପ୍ରଫୁଲ୍ଲ କୁମାର ଜେନା,ବଳରାମ ସାହୁ, ଚିତ୍ରସେନ୍ ପ୍ରଧାନ, ବଳରାମ ବେହେରା, ସୁଶାନ୍ତ କୁମାର ଗୌଡ଼,ରଘୁନାଥ ଗୌଡ଼, କାର୍ତ୍ତିକ ସାହାଣୀ,ସୁବତ୍ର,ଡାକୁଆ, ସୁଶାନ୍ତ କୁମାର ମହାରଣା, ଦିଗାମ୍ବର ସେଠୀ, ସୌଭାଗ୍ୟ ପୋଲାଇ,ଚନ୍ଦ୍ର ଶେଖର ଗୌଡ଼ ଓ ଶୁଭ୍ରଶ୍ରୀ ତ୍ରିପାଠୀଙ୍କ ସମେତ ଆହୁରି ଅନେକ ବନ୍ଧୁ ଯୋଗଦେଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.