ମାଲକାନଗିରି,୧୯/୦୩(ପିପିଟି) : ଆଜି ସକାଳ ୯ ଘଟିକା ସମୟରେ କୋରୁକୋଣ୍ତା ନିକଟସ୍ଥ ଶ୍ମଶାନ ନିକଟରେ ମହେନ୍ଦ୍ରା ପିକ ଅପ ସହ ଏକ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଚାଳକ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ମାଲକାନଗିରିରୁ ଏକ ମହିନ୍ଦ୍ରା ପିକ୍ଅପ ନମ୍ବର:ଏପି ୩୧ ଟିଏ ୫୯୫୯ ଗାଡ଼ି ବାଲିମେଳା ଅଭିମୁଖେ ଯାଉଥିବା ବେଳେ କୋରୁକୋଣ୍ଡାରୁ ଏକ ବାଇକ୍ ରେ ଜଣେ ଯୁବକ ଦ୍ରୁତ ଗତିରେ ତାର୍ଲାକୋଟା ଯାଉଥିଲା। ପିକ୍ଅପ କୁ ଓଭରଟେକ୍ କରିବା ସମୟରେ ବାଇକ୍ ଚାଳକ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଚାଳକର ସମ୍ମୁଖ କପାଳରେ
ଗଭୀର ଆଘାତ ଲାଗିଥିଲା ବେଳେ ଗୋଡ ଭାଙ୍ଗିଯାଇଥିବା ପ୍ରତ୍ୟକ୍ଷ ଦର୍ଶିକଙ୍କ ଠାରୁ ପ୍ରକାଶ। ତେବେ ବାଇକ୍ ଚାଳକଙ୍କ ଘର ତାର୍ଲାକୋଟା ଗ୍ରାମର ମୁକା ପଡିଆମୀ (୪୦) ବୋଲି ଜଣାପଡିଛି। ଘଟଣା ସ୍ଥଳରୁ ପିକ୍ଅପ ଡ୍ରାଇଭର ଫେରାର ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ସ୍ଥାନୀୟ ଲୋକମାନେ ଗୁରୁତର ଆହତ ମୁକା ପଡିଆମୀଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)