ପିକଅପ ଧକ୍କାରେ ବୃଦ୍ଧା ମୃତ୍ୟୁ ।

0 234

ବେଲଗୁଣ୍ଠା , ୨୭/୦୧(ପିପିଟି):ଗାଙ୍ଗପୁର ଥାନା କେଶରା ପଲ୍ଲୀ ଛକ ଠାରେ ପିକକ୍ ଭ୍ୟାନ ଧକାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୁଦ୍ଧ ଜଣଙ୍କ ହେଲେ ୬୨ ବର୍ଷୀୟ ସିମାଞ୍ଚଳ ସ୍ବାଇଁ। ସୂଚନା ଅନୁଯାଇ ଆଜି ସକାଳେ ସେ ମୁହଁ ଧୋଇବା ପାଇଁ ଘରୁ ବାହାରି ରାସ୍ତା କଡ଼ରେ ଥିବା ନଳକୂପ ପାଖକୁ ଆସିଥିବା ବେଳେ ଘନ କୁହୁଡି ହୋଇଥିବା କରଣ ଯୋଗୁଁ ଭାରସାମ୍ୟ ହରାଇଥିବା ଏକ ପିକକ୍ ଭ୍ୟାନ ଆସି ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ପିକଅପ ଗାଡିକୁ ଓ ଡ୍ରାଇଭର କୁ ଅଟକ କରିବା ସହିତ ଅଧିକ ତଦନ୍ତ କରୁଥିବାର ସୂଚନା ରହିଛି।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.