ପିଏମଶ୍ରୀ ଶ୍ରୀ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଚାଉଳ ଷ୍ଟକ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଡିଇଓ ।

0 308

କବିସୂର୍ଯ୍ୟନଗର,୦୪/୧୨(ପିପିଟି):ପିଏମଶ୍ରୀ ଶ୍ରୀ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ,ବରିଡା-ଏ, କବିସୂର୍ଯ୍ୟନଗର, ଗଞ୍ଜାମ, ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ସଭାପତି ଇଙ୍ଗିତରେ ପରିଚାଳନା କମିଟି ବୈଠକରେ ରେଜୁଲେସନ କରି ୧୦୬ ବସ୍ତା ଚାଉଳ ବିଶୋଧନ ବାହାନାରେ ନିକଟସ୍ଥ ଏକ ମିଲ୍ ରେ ଚାଉଳ ବିକ୍ରି ପାଇଁ ମସୁଧା ଚାଲିଛି। ପୂର୍ବରୁ ମଧ୍ଯ ୨୦୦ ବସ୍ତା ଚାଉଳ ବିଶୋଧନ ନାମରେ ଚାଉଳ ବିକ୍ରି ହୋଇଥିବ ଚର୍ଚ୍ଚା ଶୁଣିବାକୁ ମିଳୁଛି। ବର୍ତ୍ତମାନ ଚାଉଳ ଷ୍ଟକ ଯାଞ୍ଚ କରାଯାଉ ଏବଂ ବିଶୋଧନ ପରେ ଚାଉଳ ଫେରୁଛିକି ନାହିଁ ଦୃଷ୍ଟି ରଖାଯାଉ ବୋଲି ସାମାଜିକ କର୍ମୀ ତଥା ସାମ୍ବାଦିକ ସମରଜିତ୍ ମହାନ୍ତି ଅଭିଯୋଗ କରିବାପରେ ଗଞ୍ଜାମ ଡିଇଓ ତଦନ୍ତ କରି ରିପୋର୍ଟ ଦେବାପାଇଁ କବିସୂର୍ଯ୍ୟନଗର ବିଇଓଙ୍କୁ ନିର୍ଦ୍ଦେଶ ଦେବାପରେ ବିଇଓ ତଦନ୍ତ ପାଇଁ ଏବିଇଓ ଓ ବିଆରସିସିଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ )

Leave A Reply

Your email address will not be published.