ପିଏମଶ୍ରୀ ମା’ ଭରାଣ୍ଡୀ ହାଇସ୍କୁଲରେ ପଢ଼ିବା ଗଢ଼ିବା ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 180

ପୋଲସରା,୧୧/୦୧(ପିପିଟି):ପୋଲସରା ବ୍ଳକ ସ୍ଥିତ ପିଏମଶ୍ରୀ ମା’ ଭରାଣ୍ଡୀ ହାଇସ୍କୁଲ, ମନ୍ଦାରଠାରେ ପଢ଼ିବା ପ୍ରୋତ୍ସାହନ ସପ୍ତାହ ଓ ପଢ଼ିବା ଗଢ଼ିବା ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ପିଏମଶ୍ରୀ ମା’ ଭରାଣ୍ଡୀ ହାଇସ୍କୁଲରେ ସପ୍ତାହ ବ୍ୟାପି ପଢ଼ିବା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଗତ ୦୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି। ଚିତ୍ର ପଠନ, ଶବ୍ଦ ଖେଳ, ପୁସ୍ତକ ଅଧ୍ୟୟନ, ଗଳ୍ପ କଥନ,ସ୍ଲୋଗାନ୍ ଲିଖନ,ହାସ୍ୟ ଗଳ୍ପ ଲିଖନ, ପୁସ୍ତକ ସମୀକ୍ଷା ଓ କବିତା ଆବୃତ୍ତି ପରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା । ଏହି ପଢ଼ିବା ପ୍ରୋତ୍ସାହନ ସପ୍ତାହର ଉଦଯାପନୀ ଦିବସରେ “ପଢ଼ିବା ଗଢ଼ିବା ଓଡ଼ିଶା” କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ସଭାରେ ପ୍ରଧାନଶିକ୍ଷକ ଅଭିରାମ ବେହେରା ସଭାପତିତ୍ଵ କରିଥିବାବେଳେ,ମୁଖ୍ୟ ଅତିଥି ରୂପେ ଆଦିବାସୀ ସଂସ୍କୃତି ଗବେଷକ ତଥା ପ୍ରାବନ୍ଧିକ ଡ.ସୁରେନ୍ଦ୍ରନାଥ ସାହୁ ଓ ସମ୍ମାନିତ ଅତିଥି ଭାବେ ଗାଳ୍ପିକ ନୀଳାଦ୍ରି ବିହାରୀ ମହାପାତ୍ର,ସିଆରସିସି ରାକେଶ ରୋଶନ ବେହେରା, ବିଦ୍ୟାଳୟ ପରିଚାଳନା ସଭାପତି ଧରଣିଧର ନାୟକ ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜନିଜର ସୃଜନଶୀଳତାକୁ କବିତା, ପ୍ରବନ୍ଧ,ଗଳ୍ପ ଓ ଚିତ୍ରାଙ୍କନ ଜରିଆରେ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରକଳ୍ପକୁ ଅତିଥିମାନେ ବୁଲି ଦେଖିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନ ଶିକ୍ଷକ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ନବୀନ କିଶୋର ସାହୁ, ଜୋତିଏଲ ନାୟକ ଓ ଦିପକ କୁମାର ସାହୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ପ୍ରାବନ୍ଧିକ ଡ. ସୁରେନ୍ଦ୍ରନାଥ ସାହୁ ଛାତ୍ରଛାତ୍ରୀମାନେ କରିଥିବା ପ୍ରକଳ୍ପ ଓ ପୁସ୍ତକ ସମୀକ୍ଷାକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନଙ୍କ ଭିତରେ ରହିଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଉତ୍ସାହପ୍ରଦ ଅଭିଭାଷଣ ପ୍ରଦାନ କରିଥିଲେ । କବି ନୀଳାଦ୍ରୀ ବିହାରୀ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ସୁନ୍ଦର ସୁନ୍ଦର କବିତା ଓ ଗଳ୍ପ ମାଧ୍ୟମରେ ଉଦବୋଧନ ଦେଇଥିଲେ । କବି ସଦାଶିବ ନାୟକ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ସାହିତ୍ୟ ପୁସ୍ତକରେ ଥିବା ବିଭିନ୍ନ ଯୁଗର କବି ଓ ସେମାନଙ୍କ କବିତା ବିଷୟରେ ଆଲୋଚନା କରିଥିଲେ । ସଭାକାର୍ଯ୍ୟରେ ଶିକ୍ଷକ ରଙ୍ଗାଧର ଦଳାଇ,ନବୀନ କିଶୋର ସାହୁ, ମଞ୍ଜୁଳା ପଣ୍ଡା, ସଦାଶିବ ନାୟକ, ରଞ୍ଜିତ କୁମାର ସାହୁ,ଉଦୟନାଥ ପଟ୍ଟନାୟକ, ଓମ ପ୍ରିୟ ପାଣିଗ୍ରାହୀ, କବିତା ପାତ୍ର ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.