ପାହାଡ଼ରେ ୪ କିଲୋମିଟର ଚାଲି, ଦୁଇ ଆଦିବାସୀ ଗ୍ରାମକୁ ପରିଦର୍ଶନ କଲେ ତହସିଲଦାର।

0 292

ପୋଲସରା ୧୯/୦୮(ପିପିଟି) ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲଦାର ରୁବି ବେହେରା ଅଗଷ୍ଟ ୧୮ ତାରିଖ ଦିନ ପାହାଡ଼ରେ ୪ କିଲୋମିଟର ଚାଲି ଦୁଇ ଆଦିବାସୀ ଗ୍ରାମକୁ ପରିଦର୍ଶନ କରି ସେମାନଙ୍କ ଅଭାବ ଅସୁବିଧା ବୁଝିଥିଲେ। ପୋଲସରା ବ୍ଳକର ଗୋଛାବାଡି ପଞ୍ଚାୟତର ଆଦିବାସୀ ଗ୍ରାମ ଚାଞ୍ଚରା ଓ ପାଣ୍ଡିରିପଡା ପଞ୍ଚାୟତର ଆଦିବାସୀ ଗ୍ରାମ ତୋସିଙ୍ଗି ପାହାଡ଼ ଉପରେ ଅବସ୍ଥିତ। ଏହି ଦୁଇ ଗ୍ରାମକୁ ଗାଡି ଯିବାକୁ ରୋଡ଼ ହୋଇପାରିନାହିଁ। ସେଥିପାଇଁ ପୋଲସରାର ମହିଳା ତହସିଲଦାର ରୁବି ବେହେରା, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ ଓ ସମସ୍ତ କର୍ମଚାରୀ ବୃନ୍ଦ ପାହାଡିଆ ରାସ୍ତାରେ ୪ କିଲୋମିଟର ଚାଲିଚାଲି ଦୁଇ ଗ୍ରାମରେ ପହଞ୍ଚିଥିଲେ। ଚାଞ୍ଚରା ଓ ତୋସିଙ୍ଗି ପାହାଡ଼ ଉପରେ ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ଗୋଟିଏ ଗୋଛାବାଡି ପଞ୍ଚାୟତରେ ଥିବା ବେଳେ ଅନ୍ୟଟି ପାଣ୍ଡିରିପଡା ପଞ୍ଚାୟତରେ ଅବସ୍ଥିତ। ଦୁଇ ଆଦିବାସୀ ଗ୍ରାମର ବୟସ୍କଙ୍କ ଠାରୁ ଛୋଟ ପିଲାମାନଙ୍କ ସହ ତହସିଲଦାର ସୁଶ୍ରୀ ବେହେରା ଆଲୋଚନା କରି ସେମାନଙ୍କ ଅଭାବ ଅସୁବିଧା ବିଷୟ ବୁଝିଥିଲେ। ନିଜେ ତହସିଲଦାର ସେମାନଙ୍କ ଗ୍ରାମକୁ ଆସି ଅଭାବ ଅସୁବିଧା ବୁଝିଥିବାରୁ ଦୁଇ ଗ୍ରାମର ବାସିନ୍ଦା ଖୁସି ହେବା ସହ ନିଜର ଅଭାବ ଅସୁବିଧା ବିଷୟ କହିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.