ପାଳ ଗଦାରେ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ ।

0 227

ସୁନ୍ଦରଗଡ଼,୨୭ା୧୨: ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି ଠାରେ ସ୍କୁଟି ସହିତ ଜଣେ ଯୁବକଙ୍କୁ ଜୀବନ୍ତ ଦଗ୍ଧ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯୁବକଙ୍କ ପରିଚୟ ଓ ଘଟଣାକ୍ରମ ଏବେ କିଛି ସ୍ପଷ୍ଟ ହୋଇ ନ ଥିଲେ ହେଁ କେହି ଦୁର୍ବୃତ୍ତ ଜାଣିଣୁଣି ଏଭଳି ଅନାମୁଷିକ କାଣ୍ଡ ଭିଆଇଁଥିବା କୁହାଯାଉଛି। ସର୍ଗିପାଲି ନବୋଦୟ ସ୍କୁଲ ପଛ ପଟରେ ଥିବା ଏକ ଚାଷ ଜମିରେ ଗଦା ହୋଇ ଜଳି ଯାଇଥିବା ପାଳ ଗଦା ଭିତରେ ଏକ ସ୍କୁଟି ଓ ମଣିଷ ଅର୍ଦ୍ଧ ଦଗ୍ଧ ହୋଇ ଜଳି ପଡ଼ିଥିବା ଦେଖି ଆଜି କିଛି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଲା ତଦନ୍ତ ଆରମ୍ଭ କରିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଏଭଳି ଏକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। ପୁଲିସ ଅର୍ଦ୍ଧଦଗ୍ଧ ଶବ ଜବତ କରିବା ସହିତ ସମ୍ପୂର୍ଣ୍ଣ ଜଳିଯାଇଥିବା ସ୍କୁଟିର ଯନ୍ତ୍ରାଂଶ ଜବତ କରି ସାଇଣ୍ଟିଫିକ୍ ଟିମ୍ ଜରିଆରେ ଯାଞ୍ଚ ଆରମ୍ଭ କରିଛି। ହେଲେ କିଏ କାହିଁକି ଏହି ଭଳି ଭାବରେ ପାଳ ଗଦା ଭିତରେ ଜାଳିଦେଲା ତାହା ଏବେ ପୁଲିସ ସହିତ ସମସ୍ତଙ୍କ ପାଇଁ ବଡ଼ ପ୍ରଶ୍ନ ହୋଇ ରହିଛି। ଏ​‌େ​‌ବ ଲେଫ୍ରିପଡ଼ା ପୁଲିସ ଏକ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜିବା ଖୋଜିବା ଚେଷ୍ଟାରେ ଲାଗିଛି। ସ୍କୁଟି ନମ୍ବର ଅଥବା ଇଞ୍ଜିନ ଓ ଚେସିସ୍ ନମ୍ବରରୁ ହୁଏତ ଅତି କମ୍‌ରେ ପରିଚୟ ମିଳିପାରନ୍ତା, କିନ୍ତୁ ସ୍କୁଟି ଏଭଳି ଜଳି ଯାଇଛି ଯେ କେବଳ କିଛି ଲୁହା ଯନ୍ତ୍ରାଂଶ ବ୍ୟତୀତ ଅନ୍ୟ କିଛି ନାହିଁ। ପାରିପାର୍ଶ୍ବିକ ପରିସ୍ଥିତିରୁ ଅନୁମାନ କରାଯାଉଛି ଯେ ଦୁର୍ଦୃତ୍ତମାନେ ପ୍ରଥମେ ଯୁବକଙ୍କୁ ହତ୍ୟା କରିବା ପରେ ନିଛାଟିଆ ସ୍ଥାନରେ ଥିବା ଏହି କ୍ଷେତକୁ ଆଣି ଜାଳି ଦେଇଥାଇପାରନ୍ତି । ତେବେ ଏହି ଘଟଣା ଗତରାତି କିମ୍ବା ଆଜି ଭୋରରେ ହୋଇ ଥାଇପାରେ ବୋଲି କୁହାଯାଉଛି। ମାମଲାକୁ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଗୁରୁତ୍ବର ସହ ନେଇ ତଦନ୍ତ ଜାରି ରଖିଛନ୍ତି, ଖୁବ୍ ଶୀଘ୍ର ମୃତକଙ୍କ ପରିଚୟ ମିଳିବା ସହ ହତ୍ୟାକାରୀ ଧରାପଡ଼ିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.