ପାରାଦ୍ୱୀପ,୦୮/୧୦: ପାରାଦୀପ ବନ୍ଦରର ମଲ୍ଟି ପରପର୍ସ ବା ଏମପିବି ବ୍ୟର୍ଥ ରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି । ବର୍ଥ ଉପରେ ଥାଇ ଲୋଡିଂ କରୁଥିବା ଏକ ସୋର୍ କ୍ରେନ୍ ଅଧାରୁ ଭାଙ୍ଗି ପଡ଼ି ଜାହାଜ ଉପରେ ପଡିଛି । ତେବେ ଏହା କ୍ରେନ୍ ର ରୋପ୍ ଛିଡିବା କାରଣ ରୁ କି କ୍ରେନ୍ ର ଡେଣା ଭାଙ୍ଗିବା କାରଣ ରୁ ଏପରି ଘଟିଛି ତାହା ଅସ୍ପଷ୍ଟ ରହିଛି । ତେବେ ଏହି ଜାହାଜ ର ନାମ ଏମଭି ଆମନସି ମାକ୍ସିମୁ୍ସ ବୋଲି ଜଣାପଡିଛି । ଏହା ପ୍ରଥମେ ଡୋଲୋମାଇଟ୍ ଲୋଡ୍ କରି ସାରିବା ପରେ ଲାଇମ୍ ଷ୍ଟୋନ୍ ଲୋଡ୍ କରୁଥିଲା। କିନ୍ତୁ ଏହା ଅତ୍ୟଧିକ ଓଜନ ହୋଇଥିବାରୁ ଏବଂ କ୍ରେନଟି ତାର କ୍ଷମତା ବାହାରେ ଅଧିକ ଲୋଡିଂ କରୁଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ତେବେ ଏହି କ୍ରେନ୍ ଟି ଜାହାଜ ଉପରେ ଛିଡି ପଡିବା ପରେ ଜାହାଜର କର୍ମଚାରୀ ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସୁଚନା ମିଳିନାହିଁ।