ପାତାଳୀ ଶ୍ରୀକ୍ଷେତ୍ରରେ ଠାକୁରଙ୍କ ଆଜି ବାମନ ବେଶ ।

0 276

ସୁବର୍ଣ୍ଣପୁର ,୧୧/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ର ପାତାଳୀ ଶ୍ରୀକ୍ଷେତ୍ର ଠାରେ ଶ୍ରୀଜୀଉ ବିଭିନ୍ନ ଦିନରେ ମତ୍ସ, କଚ୍ଛପ, ବରାହ, ନୃସିଂହ ଅବତାର ପରେ ଆଜି ବାମନ ଅବତାରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଭକ୍ତ ଓ ଦର୍ଶନାର୍ଥି।ଆଜି ପବିତ୍ର ହେରା ପଞ୍ଚମୀ ବହୁ ଉତ୍ସାହର ସହିତ ଅନୁଷ୍ଟିତ ହୋଇଥିଲା। ଶ୍ରୀ ଗୁଣ୍ଡିଚା ରଥଯାତ୍ରାରେ ମା ମହାଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀ ମାଉସୀ ଘରକୁ ଆସିଥିବାରୁ କ୍ରୋଧ ଜର୍ଜରିତ ହୋଇ ଛଳିଆ କନ୍ଦରରୁ ଏକ ବିରାଟ ପଟୁଆରରେ ଓହ୍ଲାଇ ଆସିଥିଲେ ମହାଲକ୍ଷ୍ମୀ ଏବଂ ଶ୍ରୀ ଜଗନ୍ନାଥଙ୍କ ସହିତ କଳି କରିଥିଲେ। ମହାପ୍ରଭୁ ଚାରି ଦିନ କଣ୍ଟ ଦେବାପରେ ମଧ୍ୟ କ୍ରୋଧ ଶାନ୍ତ ନ ହୋଇ ନନ୍ଦିଘୋଷ ରଥ ଭାଙ୍ଗି ଶ୍ରୀମନ୍ଦିର ଫେରି ଆସିଥିଲେ। ବରିଷ୍ଟ ସେବାୟତ ଚିତ୍ତରଞ୍ଜନ ପାଢ଼ୀ ଏବଂ ଗୁଣାକର ପଣ୍ଡା ବେଶ କାର୍ଯ୍ୟ ରେ ନିୟୋଜିତ ହୋଇଛନ୍ତି। ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଛି ପାତାଳୀ ଶ୍ରୀକ୍ଷେତ୍ର। ଭଜନ ଜଣାଣ ରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ପାତାଳୀ ଶ୍ରୀକ୍ଷେତ୍ରରେ। ପଣ୍ଡିତ ବିଶେଶ୍ୱର ପାଢ଼ୀ ଲକ୍ଷ୍ମୀ ନାରାୟଣ ଗୀତ ବୋଲି ଥିଲେ। ଆଜି ର ଏହି ବେଶ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅଶେଷ ଭିଡ ଜମି ଥିଲା l

Leave A Reply

Your email address will not be published.