ପାତାଳି ଶ୍ରୀକ୍ଷେତ୍ର ରେ ଶ୍ରୀ ଜୀଉ ଙ୍କ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ।

0 269

ସୁବର୍ଣ୍ଣପୁର ,୦୨/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଠାରେ ଶ୍ରୀ ଜୀଉ ଙ୍କ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ବୀରମହାରାଜପୁର ଉପ-ଜିଲ୍ଲାପାଳ ଲଲାଟେନ୍ଦୁ ସି ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଐତିହାସିକ ତଥା ପୌରାଣିକ ପୃଷ୍ଠଭୂମି ସହ ଜଡିତ ଏହି ପବିତ୍ର ପାତାଳି ଶ୍ରୀକ୍ଷେତ୍ର ସ୍ଥିତ ଶ୍ରୀ ଜୀଉଙ୍କ ରଥଯାତ୍ରା ଆସନ୍ତା ମାସ ୦୭ ତାରିଖରେ ଅନୁଷ୍ଠିତ ହେବ l ଏହି ପରିପ୍ରେକ୍ଷୀରେ ଭୋର ୫ ଘଟିକା ରେ ନେତ୍ରୋତ୍ସବ ଓ ପ୍ରତିଷ୍ଠା କାର୍ଯ୍ୟକ୍ରମ, ସକାଳ ୮ ଘଟିକା ରେ ଠାକୁରଙ୍କୁ ବେଶ ଲାଗି, ସକାଳ ୯ ଘଟିକାରେ ଖେଚୁଡ଼ି ଭୋଗ ଓ ପୁଜା ନୀତି, ପୂର୍ବାହ୍ନ ୧୧ ଘଟିକାରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୧ ଘଟିକାରେ ଛେରା ପହରା ଏବଂ ଅପରାହ୍ନ ୨ ଘଟିକା ସମୟ ରେ ରଥ ଟଣା ହେବ l ଚଳିତ ବର୍ଷ ଜନସମାଗମ କୁ ଦୃଷ୍ଟି ରେ ରଖି ଜୀଉ ଙ୍କ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ତଥା ସମସ୍ତଙ୍କ ସହଯୋଗ ରେ ପାଳନ କରିବା ଉପରେ ବିଶେଷ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା l ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ବୈଠକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଚଳିତ ରଥଯାତ୍ରା କୁ ଯେପରି ସରସ ସୁନ୍ଦର ତଥା ବ୍ୟବସ୍ଥିତ ଭାବରେ ଅନୁଷ୍ଠିତ କରାଯାଇପାରିବ ସେଥିପାଇଁ ଉପସ୍ଥିତ ସମସ୍ତ ଟ୍ରଷ୍ଟ କମିଟି ସଦସ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ, ସେବାୟତ , ବୁଦ୍ଧିଜୀବୀ ଙ୍କ ମତାମତ ଆହ୍ୱାନ କରିଥିଲେ l ଏହି ପରିପ୍ରେକ୍ଷୀରେ ଶ୍ରୀଜୀଉ ଙ୍କ ରଥ ର ସ୍ଥିତି ଉପରେ ଆଲୋଚନା ହୋଇଥିବା ବେଳେ ରଥଯାତ୍ରା ଠାରୁ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ସହ ସମୟ ନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା କରାଯାଇଥିଲା l ସମୟ ପୂର୍ବରୁ ସମସ୍ତ ରଥର ପ୍ରସ୍ତୁତି କୁ ସୁନିଶ୍ଚିତ କରାଯିବ ଉପରେ ନିଷ୍ପତି ଗ୍ରହଣ କରାଗଲା l ରଥର ଆବଶ୍ୟକ ମରାମତି ନିମନ୍ତେ ବନବିଭାଗ ଆବଶ୍ୟକ ସହଯୋଗ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l ରଥଯାତ୍ରା ଦିନ ସହ ଅନ୍ୟାନ୍ୟ ଦିନଗୁଡ଼ିକରେ ଜନ ସମାଗମ କୁ ଦୃଷ୍ଟିରେ ରଖି ଆବଶ୍ୟକ ଗାଡି ପାର୍କିଙ୍ଗ ସ୍ଥାନ ନିରୂପଣ, ଜରୁରୀ ସ୍ୱାସ୍ଥ୍ୟ ସେବା ନିମନ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ ସେବାକେନ୍ଦ୍ର ସହ ଅମୁଲେନ୍ସ ର ବ୍ୟବସ୍ଥା, ଅଗ୍ନିସମ ସେବା ଉପଲବ୍ଧ, ପାନୀୟ ଜଳ ବ୍ୟବସ୍ଥା ସହ ଆଇନ ଶୃଙ୍ଖଳା କୁ ସୁନିଶ୍ଚିତ କରିବାକୁ ଅଧ୍ୟକ୍ଷ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଟ୍ରାଫିକ ସମସ୍ୟା ଦିଗରେ ବିଶେଷ ଯତ୍ନବାନ ହେବାକୁ ପୋଲିସ ବିଭାଗକୁ ବୈଠକରେ ଅନୁରୋଧ କରାଯାଇଛି l ଜନସାଧାରଣ ତଥା ଭକ୍ତ, ଶ୍ରଦ୍ଧାଳୁଙ୍କ ସୁବିଧା ଓ ଅବାଧ ଚଳପ୍ରଚଳ ନିମନ୍ତେ ବିଶେଷ ବ୍ୟବସ୍ଥା ସ୍ୱରୂପ ମୁଖ୍ୟ ପ୍ରବେଶ ଦ୍ୱାରରୁ ସମସ୍ତ ଯାନ ବାହନ ନିୟନ୍ତ୍ରଣ କରାଯିବ l ଯାତ୍ରୀ ଙ୍କ ସୁବିଧା ଦୃଷ୍ଟିରୁ ସମସ୍ତ ଚାରି ଚକିଆ ଯାନ ଡାକ୍ତରଖାନା ପାଖ ଖେଳ ପଡିଆରେ ରହିବ l ସେହିପରି ଦୁଇ ଚକିଆ ଯାନ ଉଲୁଣ୍ଡା ରାସ୍ତା ବାଏ ପାସ୍ ଦେଇ ନିର୍ଦ୍ଧାରିତ ପାର୍କିଙ୍ଗ ସ୍ଥାନରେ ରହିବ l ପୁନଶ୍ଚ ରାସ୍ତା ସହ ଯାତ୍ରା ପଡିଆ, ମନ୍ଦିର ସଂଲଗ୍ନ ଅଞ୍ଚଳ ରେ ପରିମଳ ବ୍ୟବସ୍ଥା କୁ ନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l ରଥଯାତ୍ରା ଦିନ ଠାରୁ ବାହୁଡା଼ ଦିନ ପର୍ଯ୍ୟନ୍ତ ପ୍ରତ୍ୟକ ଶ୍ରୀଜୀଉଙ୍କ ଦଶ ଅବତାର ବେଶ ଲାଗି ଅନୁଷ୍ଠିତ ହେବ l ରଥଯାତ୍ରା ନିମନ୍ତେ ବିଶେଷ ନିୟୋଗୀ ବୃନ୍ଦ ନିଜ ନିଜର ଦାୟିତ୍ୱ କୁ ସୁ ସମ୍ପାଦନ କରିବାକୁ ବୈଠକରେ ଅନୁରୋଧ କରାଯାଇଛି l ରଥଯାତ୍ରା ପୂର୍ବରୁ ମନ୍ଦିର ଗୁଡିକରେ ଆବଶ୍ୟକ ରଙ୍ଗ ଲଗାଇବା ସହ ମରାମତି ପ୍ରଭୁତି କାର୍ଯ୍ୟକୁ ନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା l ରଥଯାତ୍ରା ଓ ବାହୁଡା଼ ଦିନ ସହ ଅନ୍ୟାନ୍ୟ ନୀତିକାନ୍ତି ଦିନଗୁଡ଼ିକରେ ଶାନ୍ତି ଶୃଙ୍ଖଳା, ଆଲୋକୀକରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶ୍ରୀ ଜିଉଁଙ୍କ ନୀତି କାନ୍ତି କୁ ଵିଧି ମୁତାବକ ସମ୍ପାଦନ କରିବା ଉପରେ ବିଭିନ୍ନ ସମ୍ପୃକ୍ତ ଅଧିକାରୀ, ସେବାୟତ ମୁଖ୍ୟ, ପୂଜକ, ତଥା କମିଟି ସଦସ୍ୟ ସଦସ୍ୟା ପ୍ରଭୁତି ନିଜ ନିଜର ଦାୟିତ୍ୱ କୁ ସୁ ସମ୍ପାଦନ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l ଏହି ବୈଠକରେ ବୀରମହାରାଜପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାସୁଦେବ ଛତ୍ରିଆ,ସ୍ୱାସ୍ଥ୍ୟ ଅଧିକାରୀ ଉଲୁଣ୍ଡା

ସିଏଚସି ଡ଼. ମୁକେଶ କୁମାର ମେହେର,ଏ ସି ଏଫ. ଅଭିନାଶ ବରିହା,ରେଞ୍ଜ ଅଫିସର ଫରେଷ୍ଟ ସଂଜୀବ କୁମାର ରାଉତ, ଓ ଆଇ ସି ଉଲୁଣ୍ଡା ଫାୟାର ଷ୍ଟେସନ ସୁବାସ ଦେହୁରୀ,ଉଲୁଣ୍ଡା ତହସିଲଦାର ପ୍ରଶାନ୍ତ କୁମାର ମହାରଣା,ଉଲୁଣ୍ଡା ବିଡିଓ କରିସ୍ମା ବେସ୍ରା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ପାତାଳି ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ର, ଟ୍ରଷ୍ଟି ସଦସ୍ୟ ପୂର୍ଣଚନ୍ଦ୍ର ପାଢ଼ୀ, ଜଗଦୀଶ କର୍ଣ୍ଣ,ଅନ୍ୟାନ୍ୟ ଟ୍ରଷ୍ଟ ସଦସ୍ୟ ଓ ରଥଯାତ୍ରା କମିଟିର ସଦସ୍ୟ ସଦସ୍ୟା, ଛତିଶ ନିୟୋଗ ସେବାୟତ ମୁଖ୍ୟ, ପୂଜକ ସମାଜ, ବୁଦ୍ଧିଜୀବୀ,ତଥା ସମ୍ପୃକ୍ତ ବିଭିନ୍ନ ଅଧିକାରୀ, ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଟ୍ରଷ୍ଟି ସଦସ୍ୟ ଶ୍ରୀ ପାଢ଼ୀ ବୈଠକ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.