ପାଣି ପଞ୍ଚାୟତ ପକ୍ଷ ୨୦୨୬ ରାଜ୍ୟ ସ୍ତରୀୟ ତର୍କରେ ହିଞ୍ଜିଳିକାଟୁ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସ୍ନେହଲତା ଶ୍ରେଷ୍ଠ ଏବଂ -ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର ପୁରସ୍କୃତ ।

0 224

ହିଞ୍ଜିଳିକାଟୁ ,୨୩/୦୧(ପିପିଟି): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟ ଶାସନ ଆମ୍ବଗାଁର ନବମ ଶ୍ରେଣୀର ଛାତ୍ରୀ କୁମାରୀ ସ୍ନେହଲତା ପଣ୍ଡା ପାଣି ପଞ୍ଚାୟତ ପକ୍ଷ ୨୦୨୬ ରାଜ୍ୟ ସ୍ତରୀୟ ତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ଜିଲ୍ଲା ପାଇଁ ଗୋୖରବ ଆଣିଛନ୍ତି । ଗତ ତା ୨୨/୦୧/୨୬ ରିଖ ଗୁରୁବାର ଭୁବନେଶ୍ୱର ଲୋକ ସଭା କନଭେନସନ ହାଲ ପରିସରରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ନେହଲତାଙ୍କୁ ଟ୍ରଫି,ମାନପତ୍ର ଓ ୧୦,୦୦୦ (ଦଶ ହଜାର) ଏକ ଚେକ୍ ପ୍ରଦାନ କରି ପୁରସ୍କୃତ କରିଛନ୍ତି । ଉକ୍ତ ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ସଚିବ ଅରବିନ୍ଦ ପାଢ଼ୀ, ଜଳସମ୍ପଦ ବିଭାଗ ସଚିବ ଶୁଭା ଶର୍ମା, ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି ଉପସ୍ଥିତ ଥିଲେ । ଉଲ୍ଲେଖ ଯୋଗ୍ୟ ଯେ ପାଣି ପଞ୍ଚାୟତ ବିଭାଗ ତରଫରୁ ରାଜ୍ୟ ସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନିଜର ଶାଣିତ ଯୁକ୍ତି ଏବଂ ଚମତ୍କାର ବକ୍ତବ୍ୟ ଶୈଳୀ ଦ୍ୱାରା ସେ ବିଚାରକ ମଣ୍ଡଳୀଙ୍କୁ ପ୍ରବାହିତ କରିଥିଲେ । ଏହି ସଫଳତା ପାଇଁ ସ୍ନେହଲତା ନିଜର ପିତାମାତା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଶ୍ରେୟ ଦେଇଛନ୍ତି । ସ୍ନେହଲତାଙ୍କ ଏହି ଗୌରବମୟ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଏବଂ ଅଞ୍ଚଳର ବୁଦ୍ଧିଜୀବୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଦର୍ଶ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ଏହା ଏକ ଜଳନ୍ତା ଉଦାହରଣ ବୋଲି ସହରରେ ଚର୍ଚ୍ଚା ହେଉଛି । ସ୍ନେହଲତାଙ୍କୁ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଓ ପରିବାର ସମେତ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଇଛନ୍ତି ।

ରିପୋର୍ଟ୍ ଅଜିତ କୁମାର ପଟ୍ଟନାୟକ

Leave A Reply

Your email address will not be published.