ପାଣି ପଞ୍ଚାୟତ ଦ୍ୱାରା କୃଷି ଓ କୃଷକ ଉଭୟେ ଉପକୃତ ।

0 51

ଭଞ୍ଜନଗର, ୨୨/୧୨(ପିପିଟି):ଭଞ୍ଜନଗର ଜଳ ସମ୍ପଦ ବିଭାଜନ କାର୍ଯ୍ୟାଳୟ ତରଫରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି।ଏହି ଅବସରରେ ଭଞ୍ଜନଗର ବ୍ଲକ ସୋରିଷ ମୁଳି ବ୍ୟାରେଜ ଠାରେ ଅଧିକ୍ଷଣ ଯନ୍ତ୍ରୀ ଇଂ ରବୀନ୍ଦ୍ର କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିତା ପାତ୍ର,ବାଘୁଆ ଜଳ ସେଚନର ପୂର୍ବତନ ପାଣି ପଞ୍ଚାୟତ ଶୀର୍ଷ କମିଟିର ଗଙ୍ଗାଧର ନାୟକ, ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ପାତ୍ର ମଞ୍ଚରେ ଉପସ୍ଥିତ ଥିଲେ।କୃଷି, ଉଦ୍ୟାନ, ମତ୍ସ,କୃଷି ବିଜ୍ଞାନ ଓ ପ୍ରାଣୀ ବିଭାଗ  ସହଯୋଗରେ ପାଣିପଞ୍ଚାୟତ ଦ୍ୱାରା କିଭଳି ପାଣିର ସୁଷମ ବଣ୍ଟନ କରିବା ଓ ସବୁ ଚାଷୀ କିପରି ଏଥିରେ ଉପକୃତ ହୋଇପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା।ଚାଷୀଙ୍କର ବିଭିନ୍ନ ସମସ୍ୟା କୁ ନେଇ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସେଠୀ ଦୁଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ରାଜ୍ୟ ସରକାର ସର୍ବଦା କୃଷି ଓ କୃଷକର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ।ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି  ଏହାର ସମାଧାନ କରିବାକୁ ଭଞ୍ଜନଗର ବିଧାୟକ ଶ୍ରୀ ନାୟକ କହିଥିଲେ।କୃଷକ ମାନେ ବିବିଧ ଚାଷ କାର୍ଯ୍ୟ କଲେ ଯାଇ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇ ପାରିବ ତେଣୁ ଜମିରେ ବର୍ଷ ତମାମ ବିଭିନ୍ନ ଚାଷ କରବାକୁ ସୋରଡ଼ା ବିଧାୟକ ଶ୍ରୀ ବିଷୋୟୀ ପରାମର୍ଶ ଦେଇଥିଲେ।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଏହାପରେ ବିଭିନ୍ନ ବିଭାଗ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀକୁ ଦୁଇ ବିଧାୟକ,ବିଭିନ୍ନ ପାଣି ପଞ୍ଚାୟତର ସଦସ୍ୟ ଓ କୃଷକମାନେ ବୁଲି ଦେଖିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଇଂ. ରଶ୍ମି ରଞ୍ଜନ ରଥ, ଇଂ. ପଞ୍ଚୁ ବେହେରା, ଇଂ. ଦେବେନ୍ଦ୍ର ପ୍ରଧାନ, ଇଂ. କୃଷ୍ଣ ଚନ୍ଦ୍ର ପାଳ,ବିଶ୍ୱ ମୋହନ ବେହେରା, ରଶ୍ମି ରଞ୍ଜନ ସ୍ୱାଇଁ ଓ ଅନ୍ୟମାନେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.