ପାଟବନ୍ଧ ପଶ୍ଚିମେଶ୍ୱର ଦେବଙ୍କ ପୀଠରେ ଅଷ୍ଟମ ବାର୍ଷିକ ଆଞ୍ଚଳିକ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା।

0 0

ବୋଲଗଡ଼,୧୬/୦୩(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅନ୍ତର୍ଗତ ପାଟବନ୍ଧ ଶ୍ରୀ ଶ୍ରୀ ପଶ୍ଚିମେଶ୍ୱର ଦେବଙ୍କ ପୀଠରେ ଅଷ୍ଟମ ବାର୍ଷିକ ଆଞ୍ଚଳିକ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ମହାଆଡ଼ମ୍ବର ସହକାରେ ବିଶାଳ ପଟୁଆର ସହିତ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ମା ବୁଢୀଦେଇ ସିଂହନାଦ ଡ୍ୟାମରୁ ପୂଜାର୍ଚ୍ଚନା କରାଯାଇ ଶତାଧିକ ପୁରୁଷ ଓ ମହିଳା ଭକ୍ତ ମାନେ କଳସ ଧାରଣ କରି ଘଣ୍ଟ ଓ ବାଦ୍ୟଦ୍ୱାରା ଗ୍ରାମ ପରିଭ୍ରମଣ କରି ଯଜ୍ଞ ବେଦିରେ ସ୍ଥାପନ କରା ଯାଇଥିଲା। ପରେ ଅଧିବାସ ପୂଜା ଓ ଅଗ୍ନି ସଂସ୍କାର ସ୍ଥାପନ କରାଯାଇଥିଲା। ୧୫ତାରିଖରେ ଅଙ୍କୁରାରୋପଣ ଓ ଶୁଭାଧିବାସ ଅନୁଷ୍ଠିତ ହୋଇଥିବାବେଳେ ୧୬ତାରିଖରେ ଘଟଆବାହନ ଓ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି , ୧୭ତାରିଖରେ ଭାଗବତ ଗୀତା ଆହୁତି, ଏବଂ ୧୮ ତାରିଖରେ ସୂର୍ଯ୍ୟପୂଜା, ଗୋପୂଜା, ସାଲା ପୂଜା,ରୁଦ୍ର ଅଷ୍ଟାଧ୍ୟାୟୀ, ରାଷ୍ଟ୍ରହୋମ ଓ ପୂର୍ଣ୍ଣାହୂତୀ ହେବାସହିତ ପ୍ରତେହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ଅନୁଷ୍ଠିତ ହେବ। ଆଚାର୍ଯ୍ୟ, କର୍ତ୍ତା
ମାନଗୋବିନ୍ଦ ରାଉତରାୟ , କର୍ତ୍ତୀ ଚାରୁଲତା ରାଉତରାୟ , ଅଞ୍ଚଳର ସମସ୍ତ ଶ୍ରଧାଳୁ ଏବଂ ପାଟବନ୍ଧ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସମସ୍ତ ପୂଜାକାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.