ବୋଲଗଡ଼,୬/୧(ପିପିଟି) :ଖୋର୍ଦ୍ଧା ଜିଲ୍ଲା ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ଓ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବସନ୍ତ ସୋରେନ ଙ୍କ ଆବାହକତ୍ବରେ ପାଣି ପଞ୍ଚାୟତ ପକ୍ଷ ବୋଲଗଡ଼ ବ୍ଲକ ସାଗରଗୁଆଁ ଅନ୍ତର୍ଗତ ପାଟବନ୍ଧଗ୍ରାମସ୍ଥିତ ପାଣି ପଞ୍ଚାୟତ ଡ୍ୟାମ୍ ଠାରେ ବ୍ଳକ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ମହା ଆଡ଼ମ୍ବର ସହକାରେ ମଙ୍ଗଳ ବାର ଦିନ ପାଳିତ ହୋଇଯାଇଛି। ଏହି ଦିବସରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କମ୍ପାନୀ ବେହେରା ଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ବୋଲଗଡ଼ ବ୍ଲକ୍ ଅଧ୍ୟକ୍ଷା ହୁଲାସ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ,ରମାମଣୀ ଦେଇ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ସମିତି ସଭ୍ୟ ତୋଫାନ ବେହେରା ପ୍ରମୁଖ ଯୋଗ ଦେଇ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ଫୁଲ, ଚନ୍ଦନ, ଧୂପଦୀପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଭାପତି କମ୍ପାନୀ ବେହେରା ସ୍ୱାଗତ ଭାଷଣ ଦେଇ ପାଣି ପଞ୍ଚାୟତର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ବଡକୁମ୍ଭାରୀ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ସୁଶ୍ରୀ ସୌମ୍ୟ ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବୋଲଗଡ଼ ବ୍ଲକ ଏକ କୃଷି ବହୁଳ ଅଞ୍ଚଳ ହୋଇଥିବାରୁ ଚାଷ ଓ ଚାଷୀର ବିକାଶ ପାଇଁ ଜଳ ସେଚନର ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ତଥା ବିଧାୟକ ପ୍ରଦୀପ କୁମାର ସାହୁ ସମସ୍ତ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ। ତେଣୁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ଗ୍ରାମାଞ୍ଚଳ ମାନଙ୍କରେ ପାଣି ପଞ୍ଚାୟତ କମିଟି ଗଠନ କରିଅଛନ୍ତି। ପାଣି ପଞ୍ଚାୟତ ଜଳସେଚନ ମାଧ୍ୟମରେ ଚାଷୀର ଚାଷ ଜମି ଗୁଡିକୁ ପାଣି ଯୋଗାଇ ଦେଉଅଛି ବୋଲି ମୁଖ୍ୟ ବକ୍ତା ବୋଲଗଡ଼ ବ୍ଲକ୍ ଅଧ୍ୟକ୍ଷା ହୁଲାସ ପ୍ରଧାନ ମତ ପ୍ରକାଶ କରିଥିଲେ। ପାଣିପଞ୍ଚାୟତବିନା ଗ୍ରାମାଞ୍ଚଳ ଚାଷ ଓ ଚାଷୀର ବିକାଶ ଅସମ୍ଭବ ବୋଲି ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ ସୂଚନା ଦେଇଥିଲେ। ତେଣୁ ଜଳ ସମ୍ପଦ ବିଭାଗ ପାଣି ପଞ୍ଚାୟତକୁ ଅଗ୍ରାଧିକାର ଦେଇ ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ସରପଂଚ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ। ପାଣି ପଞ୍ଚାୟତ ପକ୍ଷ ପାଳିତ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା।ସମସ୍ତ ନିମନ୍ତ୍ରିତ ଅତିଥି ମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିଙ୍କୁ ୨୫୦୦ଟଙ୍କା, ଦ୍ୱିତୀୟ ପ୍ରତିଯୋଗିକୁ ୨୦୦୦ଟଙ୍କା, ଓ ତୃତୀୟ ପ୍ରତିଯୋଗୀକୁ ୧୫୦୦ଟଙ୍କା ସହିତ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ଅଞ୍ଚଳର ବହୁ ଚାଷୀ ମାନେ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ଖୋର୍ଦ୍ଧା ଜିଲ୍ଲା ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଋତୁପର୍ଣ୍ଣା ପାତ୍ର, କୋଷାଧ୍ୟକ୍ଷ ମାନସ ମିଶ୍ର, କର୍ମଚାରୀ ପ୍ରଭାତ ଖଣ୍ଡାଇ, ମଧୁସୂଦନ ଜେନା, କିଶୋର ରାଉତରାୟ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ। ପରିଶେଷରେ ପାଟବନ୍ଧ ପାଣିପଞ୍ଚାୟତର ସଭାପତି ସୁଦର୍ଶନ ଦେବତା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।