ବୋଲଗଡ଼,୨୮/୧୨(ପିପିଟି):ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାକରିଛନ୍ତି ସାଧାରଣ ଜନତା ସେଥିରୁ ସୁବିଧା ସୁଯୋଗର ଫାଇଦା ଉଠାଇ ପାରିବେ, କିନ୍ତୁ ତାହା ଫେଲ୍ ମାରିଛି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟପୁର ଶାସନ ଗ୍ରାମପଞ୍ଚାୟତରେ ବ୍ୟକ୍ତିକ୍ରମ ଦେଖାଦେଇଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।ପ୍ରଧାନ ମନ୍ତ୍ରୀ ଇନ୍ଦିରା ଆବାସ ଯୋଜନା ଦ୍ବାରା ସାଧାରଣ ଜନତା ଉପକୃକ୍ତ ହେବା ପାଇଁ ହୋଇଥିବା ବେଳେ ସରପଞ୍ଚ ପ୍ରତିନିଧି ପିସି ୨୦ହଜାର ଆଦାୟ କରୁଛନ୍ତି ବୋଲି ପଞ୍ଚାୟତର ହିତାଧିକାରୀ ମାନେ କହିଛନ୍ତି। କଥା ହଉଛି ଯୋଉଠି ସରକାରଙ୍କ ଆବାସ ଯୋଜନା ଦ୍ବାରା ଗରିବ ଶ୍ରେଣୀର ଲୋକଙ୍କ ନିମନ୍ତେ ହିତ ସାଧନ ହେବ। ଯାହାଫଳରେ ଅସହାୟ ଗରିବ ଟିଏ ଘର ଅଭାବରୁ ପ୍ରାକୃତିକ ଝଡ଼ ବାତ୍ୟା ସମୟରେ ହନ୍ତସନ୍ତ ନ ହେଉ ପାଇଁ କିନ୍ତୁ ତାହା ନିଜ ପକେଟ ଖର୍ଚ୍ଚ ବାବଦକୁ ସରପଞ୍ଚ ପ୍ରତିନିଧି ଲଗାଇ ନେଉଛନ୍ତି ବୋଲି ଅଭିଯୋଗ ଆସୁଛି ଗ୍ରାମ ବାସୀମାନଙ୍କ ଠାରୁ, ସେପଟେ କଲ୍ୟାଣୀ ମଣ୍ଡପ ହୋଇଛି ଗ୍ରାମ ଠାରୁ ଦୁଇ କିଲୋ ମିଟର ଦୂରରେ ଯାହାକି ଭୂତ କୋଠି ପାଲଟି ରହିଛି। କଲ୍ୟାଣ ମଣ୍ଡପ ଦୁଇ ବର୍ଷ ହେଲା ନିର୍ମାଣ ହୋଇଥିବା ବେଳେ କାନ୍ଥ ଫାଟି ଆଁ କଲାଣି ତ ଲାଟିନ ଘର କବାଟ ନାହିଁ।ଯେମିତି ଅନେକ ବର୍ଷ ହେବ ବ୍ୟବହାର ହୋଇ ନଥିବା ଭଳି ଅଳିଆ ଆବର୍ଜ୍ଜନାରେ ଭର୍ତ୍ତି ହୋଇ ରହିଛି ।ଯେ କେହି ବି ଯିବ ବେହୋସ୍ ହୋଇ ପଡ଼ିବ।ଅନ୍ୟପଟେ ପାଟପୁର ଶାସନର ଆଦିବାସୀ ସାହିରେ ପାଣି ଆସୁନଥିବା ବେଳେ ଲୋକେ ପୋଖରୀ ପାଣିରେ ରୋଷେଇ ପାଇଁ ବ୍ୟବହାର କରୁଛନ୍ତି ।ଦେଖିବାକୁ ଗଲେ ଅତୀତ ଦିନରେ ମଧ୍ୟ ନଗଡ଼ା ଦୃଶ୍ୟ ତାହା ଚକିତ ଭଳି ଲାଗୁଥିଲା ଯାହା ସ୍ଵାଧୀନ ଦେଶର ଗଣତନ୍ତ୍ର ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠିଥିଲା ।ସେହି ଭଳି ମଧ୍ୟ ପାଟପୁର ଶାସନ ଠିକ୍ ସମ୍ମାନ ପରିସ୍ଥିତି ଦେଖିବାକୁ ମିଳିଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।