ପାଟପୁର ପୋଲିସ ଦ୍ବାରା ୧୮୫ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ;୪ ଜଣ ଗଞ୍ଜେଇ ମାଫିଆ ଗିରଫ ।

0 413

ସାନଖେମୁଣ୍ଡି,୧୪/୦୭(ପିପିଟି): ଦିନ କୁ ଦିନ ଗଞ୍ଜେଇ ମାଫିଆ ମାନେ ଉନ୍ନତ ମାନର ବୁଦ୍ଧି ଖଟାଇ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ । ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସକୁ ଆଜି ମିଳିଛି ବଡ ସଫଳତା । ଚାରି ଜଣ ଗଞ୍ଜେଇ ବ୍ୟବସାୟୀ ଙ୍କ ସମେତ ୧୮୫ କେଜି ୮୦୦ ଗ୍ରାମ ଗଞ୍ଜେଇ ସମେତ ଏକ ଟାଟା ଏସି ଗାଡ଼ିକୁ ଜବତ କଲା ପାଟପୁର ପୋଲିସ । ଗତ କାଲି ବିଳମ୍ବିତ ରାତିରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କୌଣସି ଏକ ବିଶେଷ ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଲେ ପରେ ଥାନା ଅଧିକାରୀଙ୍କ ନେତୃତ୍ବରେ ପୋଲିସ ଟିମ୍ ରାତିରେ କଂସାମାରିରୁ ଶବରପଲ୍ଲି ରାସ୍ତାରେ ଟାଟା ଏସି ରେ ଗଞ୍ଜେଇ ଚାଲାଣ ହେଉଥିବା ଗାଡ଼ି ଟିକୁ ଅତର୍କିତ ଚଢ଼ାଉ କରିଥିଲେ ।ଏନ୍.ଡି.ପି.ଏସ ର ସମସ୍ତ ଅକ୍ଟ କୁ ମାନି ପୋଲିସ ଟାଟା ଏସି ଟିକୁ ଯାଞ୍ଚ କରିବା ସମୟରେ ଏକ ଆଲମାରୀ ରେ ଗଞ୍ଜେଇ ଭର୍ତି ପେକେଟ ଥିବା ଦେଖିବାକୁ ମିଳିଥିଲା । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତ ରେ ବସ୍ତାକୁ ଖୋଲି ଗଞ୍ଜେଇକୁ ଓଜନ କରିବା ସହ ସିଲ୍ କରାଯାଇଥିଲା । ଏନେଇ ପାଟପୁର ଥାନା ପୋଲିସ କେଶ ନଂ ୨୩୦/୨୨ ରେ ଏକ ମାମଲା ରୁଜୁ କରି ଚାରି ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.