ପାଇଲିପଡ଼ା ଜନାରୋଗ୍ଯ ସମିତିର ପରିଚାଳନା କମିଟି ବୈଠକ ।

0 94

ବେଲଗୁଣ୍ଠା,୧୩/୧୦(ପିପିଟି):ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ଜନାରୋଗ୍ଯ ସମିତିର ପରିଚାଳନା କମିଟି ବୈଠକ ଅଧ୍ୟକ୍ଷ ତଥା ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ କମିଟି ଉପାଧ୍ୟକ୍ଷ ତଥା ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀ, ସମ୍ପାଦକ ଆୟୂଷ ଡାକ୍ତର ସରୋଜ ପ୍ରଧାନଙ୍କ ସମେତ ସଦସ୍ୟ ସରପଞ୍ଚ ଜୟରାମ ନାୟକ,ଫାର୍ମାସୀଷ୍ଟ୍ ଶୁଭ୍ରମନ୍ୟୁ କର,ନର୍ସିଂ ଅଫିସର୍ ସିଦ୍ଧାର୍ଥ ମିଶ୍ର,ଆଇସିଡିଏସ୍ ସୁପରଭାଇଜର୍ ମୀନା ଦିଗାଲ୍,ଶିକ୍ଷକ ବିଜୟ କୁମାର ବରାଡ଼,ସ୍ୱାସ୍ଥ୍ୟକର୍ମୀ ସ୍ନେହଲତା ମିଶ୍ର, ଏଲ୍.ଏଚ୍.ଭି ବାସନ୍ତୀ ସାହୁ,ରବି ସାମନ୍ତ, କ୍ରିଷ୍ଣା ମୂର୍ତ୍ତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ବୈଠକରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମବିବିଏସ୍ ଡ଼ାକ୍ତର ଏବଂ ଫାର୍ମାସିଷ୍ଟ ନିଯୁକ୍ତି,ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ପ୍ରବେଶ ଦ୍ୱାର ନିର୍ମାଣ,ମୋଟରସାଇକେଲ୍ ଷ୍ଟାଣ୍ଡ୍ ନିର୍ମାଣ,ବୈଠକ ଗୃହ ଏବଂ ପରୀକ୍ଷାଗାର ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ କାୟାକଳ୍ପ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା I ନିଜର ନିଷ୍ଠାପର କର୍ତ୍ତବ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ମିଳିବାରେ ସାହାଯ୍ୟ କରିଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ସାଗର କୁମାର ସେଠୀ ଏବଂ ପୂର୍ଣ୍ଣ ଚନ୍ଦ୍ର ରାଉତଙ୍କୁ ମାନପତ୍ର ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମ ଶେଷରେ ଆୟୂଷ ଡାକ୍ତର ସରୋଜ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.