ପାଇଖାନା ଘରୁ ଝୁଲନ୍ତା ମୃତ ଶରୀର ଉଦ୍ଧାର ।

0 255

କୋଦଳା,୧୯/୦୭(ପିପିଟି):ବେଗୁନିଆପଡା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ଠାରେ ଜୈନକ ଦୋକାନୀ ତୋଫାନ ସାହୁଙ୍କ ବାରିପଟ ପାଇଖାନା ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମ ଖଦାଳ ସାହିର ଗୋବିନ୍ଦ ଦାସଙ୍କ ପୁଅ ମୁନା ଦାସ ଗୁରୁବାର ରାତିରେ ତୋଫାନ ସାହୁଙ୍କ ବାରିପଟେ ଥିବା ଲାଟିନ ଘରେ ବେକରେ ଗାମୁଛା ଲଗେଇ ମୃତ୍ୟୁ ବରଣ କରିଛନ୍ତି । ଶୁକ୍ରବାର ସକାଳୁ ତୋଫାନ ସାହୁଙ୍କ ପୁଅ ପାଇଖାନା ଯିବା ସମୟରେ ମୁନାଙ୍କ ଝୁଲନ୍ତା ମୃତ୍ୟୁ ଶରୀରକୁ ଦେଖି ଘର ଲୋକକୁ ଡାକିଥିଲେ । ଘର ଲୋକ ଏହାଦେଖି ବିଚଳିତ ଅବସ୍ଥାରେ ଗ୍ରାମବାସୀଙ୍କୁ ଖବର ଦେବା ପରେ ଶବକୁ ଦେଖିବାକୁ ଲୋକେ ରୁଣ୍ଡ ହୋଇଥିଲେ । ତେବେ ମୁନା ଜଣେ ଘର ମିସ୍ତ୍ରୀ ଭାବେ କାମ କରୁଥିଲା ବେଳେ ତାଙ୍କ ପତ୍ନୀ ଅନ୍ତସତ୍ୱା ଅଛନ୍ତି । ଏ ମୃତ୍ୟୁକୁ ସ୍ଥାନୀୟ ଅଞ୍ଚଳବାସି ସନ୍ଦେହ ପ୍ରକଟ କରୁଥିବା ବେଳେ ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି । ଖବର ପାଇ ବେଗୁନିଆପଡା ଥାନା ଆଇଆଇସି ଅଶୋକ କୁମାର ହାଂସଦ, ଏସ.ଆଇ ଟୁନା ପୀଡ଼ିକା, ଏ.ଏସ.ଆଇ ଜଗଦୀଶ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଥାନା ଅଧିକାରୀ ହଂସଦା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Leave A Reply

Your email address will not be published.