ବେଲଗୁଣ୍ଠା, ୨୯/୦୪(ପିପିଟି) : ମଙ୍ଗଳବାର ସନ୍ଧ୍ୟା ୭ ଘଣ୍ଟ ସମୟରେ ବେଲଗୁଣ୍ଠା ବଣିକ ସଙ୍ଘ ସଭାପତି ସନତ କୁମାର ସୁବୁଦ୍ଧି ଓ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବଣିକ ସଙ୍ଘ କାର୍ଯ୍ୟାଳୟ ଠାରୁ ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡାଲ ଶୋଭାଯାତ୍ରା ବାହାରି ହାଟପଦା ମେନ ରୋଡ଼, ଜଗନ୍ନାଥ ପ୍ରସାଦ ରୋଡ଼,ଗୋପୀନାଥ ସାହି, ଅlଳିଆସାହି ଛକ, ବାଙ୍କବଜାର, ବଡଦାଣ୍ଡ ସାହି ପରିକ୍ରମା କରି ନୃସିଂହ ମନ୍ଦିର ନିକଟରେ ପହଂଚି ମୃତ ପର୍ଯ୍ୟଟକ ମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡାଲ ଜଳାଇ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାସହ ଆତଙ୍କବାଦୀ ଓ ପାକିସ୍ତାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହି ରାଲିରେ ସାମିଲ ହୋଇଥିବା ବେଲଗୁଣ୍ଠା ଅଞ୍ଚଳବାସୀ ଦାବି କରିଥିଲେ। ଆଜିର ଏହି ରାଲିରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନା ଅଧିକାରୀ ବନବିହାରୀ ପ୍ରଧାନ, ନଗରପାଳ ଫିରୋଜ ସେଠୀ, କାଉଁସିଲର ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ, ପ୍ରଦୀପ ସେଠୀ, ଦିଲ୍ଲୀପ ଆଚାରୀ,କାଉଁସିଲର ପ୍ରତିନିଧି ରଞ୍ଜିତ ସାମଲ ଓ ଚିଦାନନ୍ଦ ପାତ୍ର, ବଣିକ ସଙ୍ଘ ଉପଦେଷ୍ଟା ତଥା ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ସମ୍ପାଦକ ସୁଦାମ ତ୍ରିପାଠୀ, କୋଷଧ୍ୟକ୍ଷ ଗୁଣ୍ଡିଚା ବେହେରା,ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ ସାହୁ, ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ, କୋଷାଧ୍ୟକ୍ଷ ଅଶୋକ ପଣ୍ଡା,ବଣିକ ସଙ୍ଘ ପୂର୍ବତନ ସମ୍ପାଦକ କୈଳାସ ମହାପାତ୍ର,ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁଶାନ୍ତ ବେହେରା, ସାମ୍ବାଦିକ ଚନ୍ଦନ ସାହୁ, ତୋଫାନ କୁମାର ସାହୁ, ସରୋଜ କୁମାର ଶତପଥୀ, ଏ ଏସ ଆଇ ଅନୁ ମଲ୍ଲିକ, ଶିକ୍ଷାବିତ ବିଜୟ ଲେଙ୍କା, ସ୍ବେଛାସେବୀ ମିଟୁ ମହାରଣା, ପିଣ୍ଟୁ ଗୌଡ଼ଙ୍କ ସମେତ ବେଲଗୁଣ୍ଠା ଅଞ୍ଚଳର ବିଭିନ୍ନ ବର୍ଗର ଜନ ସାଧାରଣ ସାମିଲ ହୋଇଥିଲେ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା