ବ୍ରହ୍ମପୁର,୨୩/୦୪(ପିପିଟି):ବ୍ରହ୍ମପୁର ହିଲପାଟଣା ସ୍ଥିତ ମହାନ ସଙ୍ଘ ଅଫିସ ଠାରେ ଜାମୁକାଶ୍ମୀର ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଜୀବନ ହାରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ସଭା ସଭାପତି ସୁଶାନ୍ତ ସାବତଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆତଙ୍କବାଦୀଙ୍କ ମନରେ ଆତଙ୍କ ସୃଷ୍ଟି କରି ନରରାକ୍ଷସ ମାନଙ୍କୁ ଯଥାଶୀଘ୍ର ଉପଯୁକ୍ତ ଦଣ୍ଡ ଦେବା ନିମନ୍ତେ ସଭାପତି ଶ୍ରୀ ସାବତ ମତ ବ୍ୟକ୍ତ କରିଥିଲେ । ଭିଷ୍ମ ଆଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, ହରିକୃଷ୍ଣ ମିଶ୍ର,ନିବେଦିତା ପାଢ଼ୀ,ସୁନନ୍ଦା ମହାପାତ୍ର,ରାମରମଣ ପ୍ରହରାଜ, ସମରସେନ ପତ୍ର,ଶ୍ରୀକାନ୍ତ ଦାସ, ଆଦିତ୍ୟ ରଥ,ତପନ ପଣ୍ଡା ଶୋକ ସଭାରେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଦୁଇ ମିନଟ ନିରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ଆହତ ବ୍ୟକ୍ତିଙ୍କ ଆଶୁ ଅରାଗ୍ୟ କାମନା କରିଥିଲେ ।