ପହଲଗାମ୍ ଆତଙ୍କି ଆକ୍ରମଣକୁ ନିନ୍ଦା ।

0 357

ଭଞ୍ଜନଗର,୨୬/୦୪(ପିପିଟି):ଜମ୍ମୁ କଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏବେବି ଅନେକ ଆହତ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଦେଶରେ ଆତଙ୍କବାଦୀଙ୍କ ବିରୋଧରେ ଆନ୍ଦୋଳନ ହେଉଛି। ଆତଙ୍କବାଦୀଙ୍କ ବିରୋଧରେ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନିଆଯାଉ ଯେଭଳି ସେମାନେ ଭବିଷ୍ୟତରେ ଆମ ଦେଶରେ କୌଣସି ହିଂସାକାଣ୍ଡ ଭିଆଇବାକୁ ସାହସ କରିବେ ନାହିଁ। ତେଣୁ ସମଗ୍ର ଦେଶରେ ଆତଙ୍କବାଦୀଙ୍କ ବିରୋଧରେ ଆନ୍ଦୋଳନ ହେଉଛି। ସେହିଭଳି ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ବୈଠକରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ଘୋର ନିନ୍ଦା କରାଯାଇଥିଲା। ବିଦ୍ୟାଳୟ ସଭାପତି ଡ. କମ୍ବୁପାଣି ସାମନ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସଭା ପ୍ରାରମ୍ଭରେ ସ୍ବର୍ଗତ ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିସହ ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ର ସରକାର ଆତଙ୍କବାଦୀ ଦମନ ପାଇଁ ନେଇଥିବା ପଦକ୍ଷେପକୁ ସ୍ବାଗତ କରାଯାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ଉପଦେଷ୍ଟା ତ୍ରିନାଥ ଗୌଡ଼, ଉପସଭାପତି ଆଦିତ୍ୟ ପ୍ରଧାନ, ସମ୍ପାଦକ ଜ୍ୟୋତି ରଞ୍ଜନ ବିଷୋୟୀ, ସହ ସମ୍ପାଦକ ଗଙ୍ଗାଧର ଦାଶ, କୋଷାଧ୍ୟକ୍ଷ ଜି. ଗୁପ୍ତେଶ୍ୱର ସୁବୁଦ୍ଧି, ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସହ ପ୍ରଧାନ ଆଚାର୍ଯ୍ୟ ଉତ୍ତମ ମହାରଣା, କାର୍ଯ୍ୟାଳୟ ପ୍ରମୁଖ ବିଜୟ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.