ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା ।

0 251

ଭଞ୍ଜନଗର, ୨୭/୦୪(ପିପିଟି):ଘୁମୁସର ବରିଷ୍ଠ ନାଗରିକ ମଞ୍ଚ, ଭଞ୍ଜନଗର ତରଫରୁ ପହଲଗାମ ସନ୍ତ୍ରାସବାଦୀଙ୍କ ଆକ୍ରମଣ ଉପରେ ହାଇସ୍କୁଲ ଛକ ସ୍ଥିତ ନାୟକ ଭବନ ଠାରେ ଏକ ଶୋକ ସଭା ମୃତକଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହାର ଆବାହକ ଥିଲେ ମଞ୍ଚର ସଭାପତି ସୋମନାଥ ନାୟକ ଏବଂ ଏଥିରେ ସଭାପତିତ୍ୱ କରିଥିଲେ ଡ. କମ୍ବୁପାଣି ସାମନ୍ତ । ସଭା ଆରମ୍ଭରେ ସମ୍ପାଦକ ରବି ନାରାୟଣ ସାମନ୍ତ ସଭାର ଉଦ୍ଦେଶ୍ୟ ସଂମ୍ପର୍କରେ ସୂଚନା ଦେବା ପରେ ସମବେତ ସଭ୍ୟମାନେ ମୃତକଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ଶ୍ରଦ୍ଧାଜଳି ଜ୍ଞାପନ କରିଥିଲେ । ଡ. ସାମନ୍ତ ଆକ୍ରମଣ ଘଟଣାପରେ ପ୍ରଧାନମନ୍ତ୍ରୀ ଯେଉଁ ସବୁ କଡା ପଦକ୍ଷେପ ନେଉଛନ୍ତି ତାକୁ ଦଳମତ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଦୃଢ ସମର୍ଥନ କରିବାକୁ ଆହ୍ବାନ ଦେଇଥିଲେ । ସେହିପରି ରବୀନ୍ଦ୍ରନାଥ ଆଚାର୍ଯ୍ୟ, ପୀତାମ୍ବର ପରିଡା, ବିପିନ କୁମାର ବେହେରା, ନିରୀହ ପରିଭ୍ରମଣ କାରୀଙ୍କୁ ଯେପରି ଅମାନୁଷିକ ଭାବରେ ସନ୍ତ୍ରାସବାଦୀ ମାନେ ପାକିସ୍ତାନର ପ୍ରୋତ୍ସାହନରେ ଗୁଳି କରି ହତ୍ୟା କଲେ ତାର ଘୋର ନିନ୍ଦା କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପରିବାରକୁ ସମବେଦନା ଜଣାଇ ଥିଲେ । ଅନ୍ୟମାନଙ୍କ ଭିତରେ ସର୍ବଶ୍ରୀ ଗୋବିନ୍ଦ ଚନ୍ଦ୍ର ଲେଙ୍କା, ମଧୁସୂଦନ ସ୍ଵାଇଁ , ରାମଚନ୍ଦ୍ର ଚୌଧୁରୀ, ରବୀନ୍ଦ୍ର ନାଥ ପତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସଭାପତି ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିଥିଲେ କେନ୍ଦ୍ର ସରକାରଙ୍କର ଗୁଇନ୍ଦା ବିଭାଗ ସଠିକ୍ ଭାବେ ନିଜ ଦାୟିତ୍ବ ତୁଲାଇ ନଥିବାରୁ ସନ୍ତ୍ରାସବାଦୀମାନେ ଏପରି ବର୍ବରୋଚିତ କାଣ୍ଡ ଭିଆଇ ଥିଲେ ଆମେ ଏହାକୁ ସ୍ୱୀକାର କରିବାକୁ ହେବ । ପାକିସ୍ତାନର ଗୁପ୍ତଚର ଓ ସନ୍ତ୍ରାସବାଦୀ ମାନଙ୍କୁ ସମଗ୍ର ଦେଶର କୋଣ ଅନୁକୋଣରୁ ଚିହ୍ନଟ କରି ଉପଯୁକ୍ତ ଶାସ୍ତି ଦେବାକୁ ମତ ପ୍ରକାଶ କରିଥିଲେ । ସଭା ଶେଷରେ କୋଷାଧ୍ୟକ୍ଷ ସୁରେନ୍ଦ୍ର ବେହେରା ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.