ପଶ୍ଚିମେଶ୍ୱରଙ୍କ ପୀଠରେ ମହାଶିବରାତ୍ରି ପାଳନ।

0 289

ବୋଲଗଡ଼,୨୬/୦୨(ପିପିଟି): ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରି। ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି। ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥି ରେ ଏହା ପାଳନରାଯାଇଥାଏ। ଏହି ଦିନ ଦେଶର ସବୁ ପ୍ରାନ୍ତରେ ଭକ୍ତ ମାନେ ଉପବାସ ପାଳନ କରି ଭଗବାନ ଶିବଙ୍କ କୃପା ଲାଭ କରିଥାନ୍ତି। ଏହି ମହାଶିବରାତ୍ରି ରେ ପ୍ରତେକ ଶୈବପୀଠ ଗୁଡିକରେ ବିଧି ବିଧାନ ଅନୁଯାୟୀ ମହାଶିବରାତ୍ରି ପାଳନ କରାଯାଇ ଥାଏ। ଏହି ଅବସରରେ ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ବିଭିନ୍ନ ଶୈବପୀଠ ରେ ମହାଶିବରାତ୍ରି ପାଳନ କରାଯାଇଛି ସେଥିମଧ୍ୟରୁ ପାଟବନ୍ଧରେ ଥିବା ବହୁ ପୂରାତନ ଶୈବ ପୀଠ ପଶ୍ଚିମେଶ୍ୱର ଦେବ ମନ୍ଦିର ରେ ମହାଶିବରାତ୍ରି ଧୁମ୍ ଧାମ ରେ ପାଳନ କରାଯାଉଛି। ସକାଳୁ ଦିନ ତମାମ ମନ୍ଦିରରେ ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଭିଡ ଦେଖି ବାକୁ ମିଳିଥିଲା ଏବଂ ସଂଧ୍ୟା ସମୟରେ ଆଖପାଖ ଅଞ୍ଚଳରୁ ଆସିଥିବା ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ମନ୍ଦିର ପ୍ରାଙ୍ଗଣରେ ଉଜାଗର ରହି ଦୀପ ଯାଳି ଥିଲେ। ଏବଂ ରାତ୍ରି ୧୦:୩୦ମିନିଟରେ ମହାଦୀପ ଉଠିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି । ଏହି ଅବସରରେ ରାମନାଟକ ଓ ଭଜନ ସମାରୋହ ପରିବେଷଣ କରାଯାଇଛି।ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଅଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.