ପଶ୍ଚିମାଞ୍ଚଳ ପାଇକାଳି ଖଣ୍ଡାୟତ ସମାଜର ମକର ମିଳନ। 

0 274

ଭଞ୍ଜନଗର, ୧୫/୦୧(ପିପିଟି) :ଭଞ୍ଜନଗର ଓ ଆଖପାଖରେ ବସବାସ କରୁଥିବା ପାଇକାଳି ସମାଜର ପରିବାର ସମୂହ ପବିତ୍ର ମକର ସଂକ୍ରାନ୍ତିରେ ସ୍ଥାନୀୟ ସିରିଡ଼ି ସାଇବାବା ମନ୍ଦିରରେ ଏକ ବନ୍ଧୁ ମିଳନର ଆୟୋଜନ କରିଥିଲେ । ଏଥିରେ ପ୍ରାୟ ଶତାଧିକ ପୁରୁଷ, ମହିଳା, ଛାତ୍ର ଓ ଯୁବକ ଯୁବତୀ ଯୋଗ ଦେଇଥିଲେ । ପାଇକାଳି ସମାଜର ଜିଲ୍ଲା ଅଧ୍ୟକ୍ଷ ବର୍ଷୀୟାନ ସମାଜ ସଂଗଠକ ଆଇନଜୀବୀ ସୋମନାଥ ନାୟକଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା କରାଯାଇଥିଲା । ତତ ସଙ୍ଗେସଙ୍ଗେ ଦକ୍ଷିଣାଞ୍ଚଳ କୁଳାଧିପତି ସିମାଞ୍ଚଳ ବିଷୋୟୀ ଓ ଗବେଷକ କବି ଅଶୋକ ସାହୁ ଓରଫ ବିଷୋୟୀଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ କବି ଅଶୋକ କୁମାର ସାହୁ, ଖଲିକୋଟ ଅଂଚଳର କାଳଂଜି ସମାଜର ସଭାପତି ରାଜୀବ ସ୍ବାଇଁ, ରଂଜିତ ଜେନା ଓ ଘୁମୁସର ବରିଷ୍ଠ ନାଗରିକ ମଂଚର ସମ୍ପାଦକ ରବିନାରାୟଣ ସାମନ୍ତ ଯୋଗ ଦେଇଥିଲେ । ଡାକ୍ତର ମାଗି ନାୟକ, ସମୀର ନାୟକ, ନଗେନ ନାୟକ, କାଂହୁ ଚରଣ ବିଶୋଇ, ଦିଲ୍ଲୀପ କୁମାର ନାୟକ, ଅରୁଣ କୁମାର ନାୟକ, ରମେଶ ଚନ୍ଦ୍ର ନାୟକ ପ୍ରମୁଖ ସଂଗଠକମାନେ ସହଯୋଗ କରିଥିଲେ । ପାଇକାଳି ଖଣ୍ଡାୟତ ସମାଜ ଆଜି ପର୍ଯ୍ୟନ୍ତ ଓ.ବି.ସି ତାଲିକା ଭୁକ୍ତ ହୋଇ ପାରିନାହିଁ । ଫଳରେ ଏହି ସମାଜର ଶିକ୍ଷିତ ଯୁବକ ଯୁବତୀମାନେ କେନ୍ଦ୍ର ଚାକିରୀ ପାଇବାରୁ ବଂଚିତ ହେଉଛନ୍ତି । ସମସ୍ତ ତଥ୍ୟ ସହ ଆବଶ୍ୟକ ଦରଖାସ୍ତ ଦେଇ ସାରିଛି, ତାହା ଗଂଜାମ ଜିଲ୍ଲାପାଳଙ୍କ ଠାରୁ ଯାଇ ଓଡିଶା ଓ.ବି.ସି.କମିସନଙ୍କ ଠାରେ ବିଚାରାଧିନ ଅଛି ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ କହିଥିଲେ । ଓ.ବି.ସି. କମିସନକୁ ଦୌଡ଼ି ଏହା ହାସଲ କରିବାକୁ ହେବ । ଏହି ପ୍ରସ୍ତାବକୁ ସମର୍ଥନ ଜଣାଇ  ରମେଶ ନାୟକ, ନଗେନ ନାୟକ, କାଂହୁଚରଣ ବିଷୋୟୀ, କାଜଲ ନାୟକ, ସୁଶ୍ରୀ ଆରତୀ ନାୟକ ନିଜନିଜ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସମ୍ପାଦକ ଡାକ୍ତର ମାଗି ନାୟକ ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଆଗାମୀ ଦିନରେ ସମାଜର ଐକ୍ୟକୁ ଦୃଢୀଭୂତ କରିବାକୁ ଆହ୍ବାନ ଦେଇଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.