ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଅଭୟାରଣ୍ୟ ।

0 229

ଚାନ୍ଦବାଲି, ୦୧/୦୮: ଓଡିଶା ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଜାତୀୟ ଉଦ୍ୟାନ ଭିତରକନିକା ଆଜି ଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲା ଯାଇଛି। ଦୀର୍ଘ ତିନି ମାସ ଧରି କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ରହିବା ପରେ ଏହା ଶୁକ୍ରବାର ଠାରୁ ଖୋଲା ଯାଇଛି। ଚାନ୍ଦବାଲି ପ୍ରବେଶ ଦ୍ୱାର ଦେଇ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ମାନେ ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିବା ଭିତରକନିକା କୁ ଯାତାୟାତ କରୁଥିବା ବେଳେ, ଚଳିତ ବର୍ଷ ନିଶ୍ଚୟ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ଏହି ଉଦଘାଟନ ସମାରୋହ ରେ ଯୋଗ ଦେଇଥିବା ଏସିଏଫ ସୁମିତ ମହାନ୍ତି ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରିପ୍ରେକ୍ଷୀରେ ମତ ରଖିଥିଲେ। ପ୍ରଥମ ଦିନରେ ସ୍ଥାନୀୟ ଟୁରିଷ୍ଟ ମାନେ ଚାନ୍ଦବାଲିରୁ ଭିତରକନିକା ଜଳ ଯାତ୍ରା କରିଛନ୍ତି । ବନ୍ୟ ପ୍ରାଣୀ ବନଖଣ୍ଡର କର୍ମଚାରୀ ଓ ବୋଟ ମାଲିକମାନେ ସେମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥିଲେ । ଏସସିଏଫ ସୁମିତ କୁମାର ମହାନ୍ତି ସେମାନଙ୍କୁ ପତାକା ଦେଖାଇ ଜଳଯାତ୍ରାର ଶୁଭ ଆରମ୍ଭ କରାଇଥିଲେ । ଚାନ୍ଦବାଲିରୁ ନଦୀ ମଧ୍ୟରେ ୧୭ କିମି ଜଳଯାତ୍ରା କରି ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନରେ କୁମ୍ଭୀର, ହରିଣ, ବିଭିନ୍ନ ପ୍ରକାରର ବିଦେଶୀ ପକ୍ଷୀ, ସେଠାରେ ଥିବା ମ୍ୟୁଜିୟମ ଆଦି ଦେଖିବା ସହ ଜଳଯାତ୍ରାର ମଜା ନେଇଛନ୍ତି। ୧୯୮୮ ମସିହାରେ ଜାତୀୟ ଉଦ୍ୟାନର ସ୍ୱୀକୃତି ପାଇଥିବା ଭିତରକନିକାକୁ ବିଶ୍ୱ ସ୍ତରୀୟ ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଶ୍ୱ ଐତିହରେ କିପରି ସ୍ଥାନ ପାଇବ ସେଥିପାଇଁ କେବଳ ରାଜ୍ୟ ସରକାର ନୁହଁନ୍ତି କେନ୍ଦ୍ର ସରକାର ସ୍ତରରେ ଉଦ୍ୟମ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଫରେଷ୍ଟର ସୂର୍ଯ୍ୟକାନ୍ତ ପଣ୍ଡା, ଗାର୍ଡ ସୁବ୍ରତ ବେହେରା,ବନମାଳୀ ଗେଷ୍ଟହାଉସ ମାଲିକ ବିଶ୍ୱନାଥ ସୂତାର, ଅମ୍ବିକା ହୋଟେଲ ମାଲିକ ଦିନେଶ ନାଥ, ବୋଟ ମାଲିକ ପ୍ରମୋଦ ମହାନ୍ତି, ସୁରଜିତ ପାଣି, ନିଲୁଆ ପାଣି,ପ୍ରଭାତ ଦାସ ଓ ରାମ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.