ପରିବେଶ ସୁରକ୍ଷା ବାର୍ତ୍ତା ନେଇ ମାଲକାନଗିରିରେ ପହଞ୍ଚିଲେ ନେଦରଲାଣ୍ଡର ଦମ୍ପତି ।

0 284

ମାଲକାନଗିରି ,୧୦/୦୩(ପିପିଟି) : ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଆଜି ମାଲକାନଗିରି ସଦର ମହକୁମାରେ ପହଞ୍ଚିଲେ ନେଦରଲାଣ୍ଡର ଦମ୍ପତି।ମାଲକାନଗିରି ଜିଲ୍ଲା ଦେଇ ଆଜି ନେଦରଲାଣ୍ଡର ଏକ ଦମ୍ପତି ଦିଲ୍ଲୀ ଅଭିମୁଖେ ସାଇକେଲ ଯାତ୍ରାରେ ଯାଉଥିବା ବେଳେ ପରିବେଶ ସୁରକ୍ଷା ସମ୍ପର୍କରେ ମତପ୍ରକାଶ କରିଛନ୍ତି ।
ନେଦରଲାଣ୍ଡର ଦମ୍ପତି ଅତ୍ରେୟୁ ଅନାଥା ଓ ଏଲିନା ମିଲିୟନିୟର ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ବିଶ୍ଵ ଭ୍ରମଣରେ ବାହାରିଛନ୍ତି । ଦୁହେଁ ଡବଲ ପ୍ୟାଡେଲ ସାଇକେଲ ବ୍ୟବହୃତ କରି ଥିବା ବେଳେ ୪ ମାସରେ ୪୫୦୦ କିମି ପଥ ଅତିକ୍ରମ କରି ପଞ୍ଜାବ, କେରଳ, ଛତିଶଗଡ ପରେ ଏବେ ଓଡିଶା ଦେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ଆଭିମୁଖ୍ୟ ରହିଛି । ଆଜି ଏହି ଦମ୍ପତି ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ ମାଲକାନଗିରି ଜିଲ୍ଲା ସଦରମହକୁମାରେ ପହଞ୍ଚି ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ମାଲକାନଗିରିକୁ ଦେଖି ଭାବ ବିହ୍ୱଳ ହୋଇଥିଲେ । ଏହାସହ ଏହି ସ୍ଥାନ ଗୁଡିକର ରକ୍ଷଣା ବେକ୍ଷଣା ସହ ସେଠାରେ ଅଧିକରୁ ଅଧିକ ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେବାକୁ ଦୁହେଁ ମତବ୍ୟକ୍ତ କରିଥିଲେ। ଅତ୍ରେୟୁ ଜଣେ ପରିବେଶ ପରାମର୍ଶଦାତା ହୋଇଥିବା ବେଳେ ଏଲିନା ଜଣେ ଗ୍ରାଫିକ୍ସ ଡିଜାଇନର ଅଟନ୍ତି । ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରୁ କିଛି ଦିନ ବିରତି ରହି ବିଶ୍ଵ ପରିବେଶ ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି । ସେମାନେ ଭାରତ ପରେ ବାଂଲାଦେଶ ଯିବାର ଲକ୍ଷ୍ଯ ରଖିଛନ୍ତି। ସାଇକେଲର ବ୍ୟବହାର କରିଲେ ପରିବେଶ
ପ୍ରଦ୍ୟୁଷଣ ମୁକ୍ତ ହେବ ବୋଲି ପ୍ରକାଶ କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.