ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

0 444

କୁକୁଡାଖଣ୍ଡି,୧୩/୦୭(ପିପିଟି):ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ତଥା ବିଭୁତି ଜେନା ଙ୍କୁ କୁକୁଡାଖଣ୍ଡି ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମନ୍ତ୍ରୀ ବୁରୁପଡା ଏକ କାର୍ଯ୍ୟକ୍ରମ କୁ ଯିବା ସମୟରେ କୁକୁଡାଖଣ୍ଡି ଆଇବି ନିକଟରେ ସମ୍ବର୍ଦ୍ଧନା ଦିଆଯାଇଥିଲା। କୁକୁଡାଖଣ୍ଡି ବ୍ଲକ ର ୫ଟି ପଞ୍ଚାୟତ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ଆସୁଅଛି ତାସହ ସମଗ୍ର କୁକୁଡାଖଣ୍ଡି ବ୍ଲକର କିପରି ବିକାଶ ଦ୍ରୁତଗତିରେ ହୋଇପାରିବ ସେ ଦିଗରେ ଧ୍ୟାନ ଦେବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ସ୍ବର୍ଗତ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ସ୍ୱର୍ଗତ ପାତ୍ରଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆମର ଆତ୍ମାର ସଦଗତି କାମନା କରିଥିଲେ। ଗସ୍ତ ସମୟରେ ପୂର୍ବତନ ଗଞ୍ଜାମ ଜିଲ୍ଲା ସମବାୟ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂ, ସମିତିସଭ୍ୟ ଚଣ୍ଡୀଚରଣ ସାହୁ,ସନ୍ତୋଷ ଗୌଡ଼, ବାଲିପଡ଼ା ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ସେଠି ଙ୍କ ସହ ବ୍ଲକ ର ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.